Union minister Maneka Gandhi at the Press conference on one Year Modi Govt in new Delhi on Tuesday. Express Photo by Prem Nath Pandey. 02.06.2015.
ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ସୋମବାର କହିଛନ୍ତି କି ‘ଶିଶୁ ଯୌନ ଶୋଷଣ ବିରୋଧରେ ଅଭିଯୋଗ ଆଣିବା ପାଇଁ କୌଣସି ବୟସ ସୀମା ନ ରହିବା ଉଚିତ। ୧୦-୧୫ ବର୍ଷ ତଳେ ବି ସେମାନଙ୍କ ସହ ଯଦି କିଛି ଘଟିଛି ଶିଶୁଟିଏ ବଡ଼ ହେବା ପରେ ତାକୁ ଅଭିଯୋଗ କରିବାର ସୁଯୋଗ ମିଳିବା ଆବଶ୍ୟକ।’
ଯୌନ ଶୋଷଣ ଓ ଅସଦାଚରଣ ଉପରେ ନିଜର କ୍ଷୋଭ ପ୍ରକାଶ କରି ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ‘ମୁଁ ଅନେକ ଖୁସି ଯେ ଭାରତରେ #ମିଠୁ ଅଭିଯାନ ଆରମ୍ଭ ହୋଇଗଲାଣି। ଯାହା ଫଳରେ ଯୌନ ଶୋଷଣ ବିପକ୍ଷରେ ମୁହଁ ଖୋଲିବା ପାଇଁ ମହିଳାମାନେ ଉତ୍ସାହିତ ହେଉଛନ୍ତି।’
ମାନେକା ଗାନ୍ଧୀ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ଉଦ୍ଦେଶ୍ୟରେ ଆହୁରି ବି କହିଛନ୍ତି କି ‘ସବୁବେଳେ ଏହି କଥା ତୁମର ମନେ ରହିବା ଉଚିତ ଯେ ଯଦି କେହି ତୁମ ସହ ଅସଦାଚରଣ କରେ ତେବେ କୌଣସି ବି ସମୟସୀମାକୁ ଭୁଲି ଯାଇ ତୁମେ ଅଭିଯୋଗ କରିପାରିବ।’
/sambad/media/post_attachments/wp-content/uploads/2018/10/l_Maneka-Gandhi-1461558118_835x547-300x200.jpg)
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାନେକା ଗାନ୍ଧୀ ଘୋଷଣା କରିଥିଲେ ଯେ ଯଦି କେହି ଶିଶୁ ଯୌନ ଶୋଷଣର ଶିକାର ହୋଇଥାନ୍ତି ତେବେ ସେ ୩୦ ବର୍ଷ ଭିତରେ ଅଭିଯୋଗ ଆଣିପାରିବେ।
ମିଠୁ ଅଭିଯାନ ସଂପର୍କରେ ଆଲୋଚନା ସମୟରେ ମାନେକା ଆହୁରି ବି ସ୍ପଷ୍ଟ ଭାବେ କହିଛନ୍ତି କି ଅନ୍ୟ କୌଣସି ପ୍ରକାରର ରାଗ କିମ୍ବା ଅପମାନର ପ୍ରତିଶୋଧ ନେବା ପାଇଁ ମିଠୁର ସହାୟତା ନ ନିଆଯିବା ଉଚିତ।
ଶେଷରେ ସେ କହିଛନ୍ତି କି ‘ମୁଁ ଆଶା କରୁଛି ଯେ ଏହା ସୀମା ଟପିବ ନାହିଁ। ଅନ୍ୟ ପ୍ରକାରର ରାଗ ସୁଝାଇବା ପାଇଁ କାହା ନାମରେ ଅସଦାଚରଣ କିମ୍ବା ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ତାହା ଗ୍ରହଣୀୟ ନୁହେଁ।’
Follow Us