ତାଙ୍କୁ କି ପୁଅ ବରୁଣଙ୍କୁ କାହିଁକି ମନ୍ତ୍ରୀ କରାଗଲା ନାହିଁ , ସେ ବିଷୟରେ କ’ଣ କହିଲେ ମେନକା ଗାନ୍ଧୀ

ତାଙ୍କୁ କି ପୁଅ ବରୁଣଙ୍କୁ କାହିଁକି ମନ୍ତ୍ରୀ କରାଗଲା ନାହିଁ , ସେ ବିଷୟରେ କ’ଣ କହିଲେ ମେନକା ଗାନ୍ଧୀ

photo-live hindustan

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏଥର ତିନି ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ବିଜେପି ସାଂସଦ ମେନକା ଗାନ୍ଧୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ।ଏହାକୁ ନେଇ ମେନକା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ତିନିଦିନ ହେବ ନିଜର ନିର୍ବାଚନ ମଣ୍ଡଳୀ ସୁଲତାନପୁର ଗସ୍ତରେ ଆସିଥିବା ଅବସରରେ କହିଛନ୍ତି ଯେ କାହିଁକି ମନ୍ତ୍ରୀ କରାଗଲା ନାହିଁ,ତାହା ତାଙ୍କୁ ନ ପଚାରି,ଲୋକଙ୍କୁ ପଚାରନ୍ତୁ।

ମେନକା ଦୀର୍ଘ ସମୟ ଧରି ସାଂସଦ ଅଛନ୍ତି। କିନ୍ତୁ ଗତ ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନଥିବା କୁହାଯାଉଛି। ସେ ମୁସଲିମ୍‌ ଭୋଟରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ତାଙ୍କୁ ଭୋଟ୍‌ ନ ଦେବେ,ତେବେ ଜିତିବା ପରେ ତାଙ୍କ ପାଖକୁ ଆସିବେ ନାହିଁ।

publive-image photo-oneindia

ଏଣେ ମେନକାଙ୍କ ପୁଅ ବରୁଣ ଗାନ୍ଧୀ ମଧ୍ୟ ପୋଲିଭିତ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବରୁଣଙ୍କୁ କାହିଁକି ମନ୍ତ୍ରିମଣ୍ଡଳରେ ନିଆଗଲା ନାହିଁ ବୋଲି ଯେତେବେଳେ ପଚରାଗଲା,ସେତେବେଳେ ମେନକା ନୀରବ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe