photo-live hindustan
ମୁମ୍ବାଇ: ମଙ୍ଗଳସୂତ୍ରକୁ ନେଇ ବିବାଦୀୟ ବିଜ୍ଞାପନ ଅଭିଯାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ଜଣାଶୁଣା ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀ ବର୍ତ୍ତମାନ ଆଇନଗତ ଅସୁବିଧାରେ ପଡିଯାଇଛନ୍ତି । ମଙ୍ଗଳସୂତ୍ରର ବିବାଦୀୟ ବିଜ୍ଞାପନ ଉପରେ ବିଜେପିର ଆଇନ ପରାମର୍ଶଦାତା ଫ୍ୟାଶନ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ଏକ ଲିଗାଲ ନୋଟିସ୍ ପଠାଇଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବିଜେପିର ଆଇନ ପରାମର୍ଶଦାତା ଆଡଭୋକେଟ୍ ଆଶୁତୋଷ ଦୁବେ ଶନିବାର ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ମଙ୍ଗଳସୂତ୍ର ଧାରଣ କରିଥିବା ବିଜ୍ଞାପନରେ 'ଅର୍ଦ୍ଧ ଉଲଗ୍ନ ମଡେଲ୍' ବ୍ୟବହାର କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏକ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସରେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ତଥା ହିନ୍ଦୁ ବିବାହକୁ ଅପମାନିତ କରିଥିବାରୁ ୧୫ ଦିନ ମଧ୍ୟରେ ବିଜ୍ଞାପନ ହଟାଇବାକୁ କୁହାଯାଇଛି।
ସୂଚନା ମୁତାବକ ସବ୍ୟସାଚୀ ମୁଖାର୍ଜୀଙ୍କ ନୂତନ ବିଜ୍ଞାପନ ଅଭିଯାନ ଦେଖିବା ପରେ କିଛି ଲୋକ କ୍ରୋଧିତ ହୋଇଛନ୍ତି । ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଙ୍ଗଳସୂତ୍ରର ବିଜ୍ଞାପନ ସହିତ ଜଡିତ କିଛି ମଡେଲଙ୍କ ଚିତ୍ର ଅଛି, ଯାହାକୁ ଲୋକମାନେ ପର୍ଣ୍ଣ ବୋଲି କହୁଛନ୍ତି |
ଅନେକ ଲୋକ ଏହି ଫଟୋଗୁଡ଼ିକୁ ଅଶ୍ଳୀଳ ଏବଂ ନଗ୍ନ ବୋଲି କହି ହଟାଇବାକୁ ଦାବି କରୁଛନ୍ତି | ଲୋକମାନେ ଟ୍ୱିଟରରେ ଏହି ବିଜ୍ଞାପନ ବିରୋଧରେ ଲେଖୁଛନ୍ତି। ଏହି ଅଳଙ୍କାର ଅଭିଯାନର ଅନେକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି | ସବ୍ୟସାଚୀ ଅନ୍ତରଙ୍ଗ ସୂକ୍ଷ୍ମ ଅଳଙ୍କାର(ଇନଟିମେଣ୍ଟ ଫାଇନ ଜୁଏଲାରୀ) ଶୀର୍ଷକରେ ମଙ୍ଗଳସୂତ୍ରର ବିଜ୍ଞାପନ ଦେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/10/xsaaa-1.png)