ଦାମୀ କାରରେ ଆମ୍ବ ଡେଲିଭରି ସାଙ୍ଗକୁ ମାଗଣା ବୁଲାଇନେବାର ସ୍କିମ କରି ଗ୍ରାହକଙ୍କୁ ଆକର୍ଷିତ କରୁଛି ପାକିସ୍ତାନର ଏହି କମ୍ପାନୀ

Advertisment
ଦାମୀ କାରରେ ଆମ୍ବ ଡେଲିଭରି ସାଙ୍ଗକୁ ମାଗଣା ବୁଲାଇନେବାର ସ୍କିମ କରି ଗ୍ରାହକଙ୍କୁ ଆକର୍ଷିତ କରୁଛି ପାକିସ୍ତାନର ଏହି କମ୍ପାନୀ

photo-gulf today

ଦୁବାଇ: ଦାମୀ କାରରେ ଆମ୍ବ ଆସିବ ଆଉ ଆମ୍ବକୁ ଆପଣ ଗ୍ରହଣ କରିବା ପରେ ଦାମୀ କାରରେ ମାଗଣା ବୁଲିବାର ସୁଯୋଗ ମିଳିବ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ପାକିସ୍ତାନର ଏକ କମ୍ପାନୀ ଏବେ ଏମିତି ଏକ ବ୍ୟବସାୟିକ ଫଣ୍ଡା ଲଞ୍ଚ କରିଛି | ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପାକିସ୍ତାନୀ ଆମ୍ବର ଚାହିଦା ବଢାଇବା ପାଇଁ ଲୋକଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର କାରରେ ଆମ୍ବ ବିତରଣ କରାଯାଉଛି ଏବଂ ସେମାନଙ୍କୁ ବିଳାସପୂର୍ଣ୍ଣ କାରରେ ବୁଲିବାର ସୁଯୋଗ ମଧ୍ୟ ମିଳୁଛି | ତେବେ ଏଥିପାଇଁ ଏକମାତ୍ର ସର୍ତ୍ତ ହେଉଛି ଗ୍ରାହକଙ୍କୁ ଅତି କମରେ ୧୫୦ ଦିରହମ୍ (ପ୍ରାୟ ୩୦୦୦ ଟଙ୍କା)ର ଆମ୍ବ ଅର୍ଡର କରିବାକୁ ପଡିବ |

ଗ୍ରାହକଙ୍କୁ ପାକିସ୍ତାନୀ ଆମ୍ବ ପ୍ରତି ଆକୃଷ୍ଟ କରିବା ପାଇଁ ଦୁବାଇରେ ଥିବା ପାକିସ୍ତାନ ସୁପର ମାର୍କେଟ 'ଲମ୍ବୋର୍ଗିନିରେ ଆମ୍ବ' ଅଭିଯାନ ଚଳାଉଛି। ଏହା ଅଧୀନରେ ଅତି କମରେ ତିନି ପେଟି ଆମ୍ବ ଅର୍ଡର କରିବା ମାତ୍ରେ ଲମ୍ବୋର୍ଗିନି କାରରେ ଆମ୍ବ ପହଂଚାଇଦିଆଯାଏ  | କେବଳ ଏତିକି ନୁହେଁ ଗ୍ରାହକଙ୍କୁ ଏହି ମୂଲ୍ୟବାନ କାରରେ ବୁଲିବାର ସୁଯୋଗ ମଧ୍ୟ ଦିଆଯାଇଛି। ପାକିସ୍ତାନ ସୁପର ମାର୍କେଟ ଗତ ବର୍ଷ ଏହି ଅଭିଯାନ ଆରମ୍ଭ କରିଥିଲା ​​ଏବଂ ଏହାର ଫଳାଫଳ ଖୁବ ଭଲ ଥିଲା | ଏହି ଅଭିଯାନ ଯୋଗୁଁ ଫଳର ବିକ୍ରି ଦ୍ୱିଗୁଣିତ ହୋଇଛି |

ସୁପର ମାର୍କେଟର ପରିଚାଳନା ନିର୍ଦ୍ଦେଶକ ଜାନଜେବ ୟାସିନ କହିଛନ୍ତି, “ଏହି ଅଭିଯାନ ମାଧ୍ୟମରେ ଆମେ ଗତବର୍ଷ ପ୍ରାୟ ୧୧୦୦ ପେଟି ଆମ୍ବ ଲୋକଙ୍କ ଘରେ ପହଂଚାଇଥିଲୁ ଏବଂ ଏଥର ମଧ୍ୟ ଆମେ ବହୁତ ଭଲ ପ୍ରତିକ୍ରିୟା ପାଇଛୁ | ଏହି ଋତୁରେ ଅତି କମରେ ୨୫୦୦ ପେଟି ବିକ୍ରି କରିବାକୁ ୟାସିନ୍ ଆଶା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe