ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲାଙ୍କ ନୂଆ ଆମ୍ବର ନାଁ ‘ସୁଶ୍ମିତା ସେନ୍‌’ ଓ ‘ଅମିତ ଶାହ’

ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲାଙ୍କ ନୂଆ ଆମ୍ବର ନାଁ ‘ସୁଶ୍ମିତା ସେନ୍‌’ ଓ ‘ଅମିତ ଶାହ’

Image Courtesy of Indiatmes

ଲକ୍ଷ୍ନୌ: ଉଦ୍ୟାନବିତ୍‌ ତଥା ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲା ଖାଁ ବିକଶିତ କରିଥିବା ଦୁଇଟି ନୂଆ ସଙ୍କର କିସମ ଆମ୍ବର ନାମ ‘ସୁଶ୍ମିତା ସେନ୍‌’ ଓ ‘ଅମିତ ଶାହ’ଙ୍କ ନାମାନୁସାରେ ନାମିତ କରିଛନ୍ତି।

ଉପରୋକ୍ତ ଦୁଇଟି ଆମ୍ବ ଉତ୍ତର ପ୍ରଦେଶର ମଲିହାବାଦ୍‌ସ୍ଥିତ ଫଳ ବଗିଚାରେ ବିକଶିତ କରାଯାଇ ଚାଷ କରାଯାଇଛି। ସେଥିରୁ ସୁନ୍ଦର ଓ ସାମାନ୍ୟ ଅଙ୍କାବଙ୍କା ଆକୃତିର ଆମ୍ବର ନାଁ ‘ମିସ୍‌ ୟୁନିଭର୍ସ’ ବିଜୟିନୀ ସୁଶ୍ମିତା ସେନ୍‌ଙ୍କ ନାମାନୁସାରେ ହୋଇଥିବା ବେଳେ ଦ୍ବିତୀୟ ଆମ୍ବଟି ‘ବିଜେପି’ର ବିଶିଷ୍ଟ‌ ନେତା ଅମିତ ଶାହଙ୍କ ନାମାନୁସାରେ ନାମିତ ହୋଇଛି।

publive-image Image Courtesy of Mpositive

ଖାଁ କହନ୍ତି, ସୁସ୍ବାଦୁ ‌କରାଯିବା ବ୍ୟତୀତ ଏହି ସଙ୍କର କିସମ ଆମ୍ବ ଦୁଇଟିର ଆକୃତି ଓ ବାସ୍ନା ନିମନ୍ତେ କଠୋର ପରିଶ୍ରମ କରିବାକୁ ପଡ଼ିଛି। କାରଣ ଆମ୍ବ ଦୁଇଟିର ନାଁ ଉପରୋକ୍ତ ଦୁଇ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ସହ ମେଳ ଖାଇବା ଦିଗରେ ଧ୍ୟାନ ଦିଆଯାଇଥିଲା। ଖୁବ୍‌ ଶୀଘ୍ର ଏହି ଆମ୍ବ ସବୁ ସମସ୍ତେ ପାଇ ପାରିବେ। ଏହାର ସ୍ବାଦ ଏମିତି ହୋଇଛି ଯେ, ଖାଇଲା ମାତ୍ରେ ଲୋକେ କହିବେ, ସତରେ ଏଇଟା ‘ଅମିତ୍‌ ଶାହ’ କି, ସତରେ ଏଇଟା ‘ସୁଶ୍ମିତା ସେନ୍‌’।

ଉଲ୍ଲେଖଯୋଗ୍ୟ, ପ୍ରସିଦ୍ଧ ଆମ୍ବ ଚାଷୀ ହାଜି କଲିମୁଲ୍ଲା ଖାଁ ଏଯାବତ୍‌ ପ୍ରାୟ ୩୦୦ ପ୍ରକାରର ସଙ୍କର କିସମ ଆମ୍ବ ବିକଶିତ କଲେଣି। ସେଗୁଡ଼ିକ ମଧ୍ୟରୁ କେତେକ ହେଉଛି, ‘ମୁଲାୟମ୍‌ ଆମ୍‌’, ‘ନମୋ ଆମ୍‌’, ‘ସଚିନ୍‌ ଆମ୍’, ‘କଲାମ୍‌ ଆମ୍‌’, ‘ଅମିତାଭ୍‌ ଆମ୍‌’ ଏବଂ ‌‘ଯୋଗୀ ଆମ୍’ ଇତ୍ୟାଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe