ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

Advertisment
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

Image Courtesy of ANI

ଅଗରତାଲା: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ଡାକ୍ତର ମାଣିକ ସାହା ଆଜି ଶପଥ ଗ୍ରହଣ କରିଛନ୍ତି। ଅଗରତାଲାସ୍ଥିତ ରାଜବଭନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ପୂର୍ବାହ୍ନ ୧୧:୩୦ରେ ୬୯ ବର୍ଷିୟ ସାହାଙ୍କୁ ତ୍ରିପୁରାର ୧୧ଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ତାଙ୍କ ସହିତ ମନ୍ତ୍ରୀ ପରିଷଦ୍‌ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ‘ଡେଣ୍ଟାଲ୍‌ ସର୍ଜରିର ପ୍ରଫେସର୍‌’ ଡାକ୍ତର ମାଣିକ ସାହାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଥିଲା। କଂଗ୍ରେସ ପରିତ୍ୟାଗ କରି ୨୦୧୬ରେ ସାହା ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ ତାଙ୍କୁ ଦଳର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା।

publive-image Image Courtesy of India Today

ଦେବ ‘ବିଜପେି ତ୍ରିପୁରା’ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାର ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହେବା ପରେ ଟୁଇଟ୍‌ କରି ସାହା କହିଥିଲେ ଯେ, ବିଧାୟକମାନଙ୍କ ସମର୍ଥନ ପତ୍ର ଧରି ସେ ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପତ୍ର ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe