ମଣିପୁରରେ ଆଇଡି ବିସ୍ଫୋରଣ: ୩ଯବାନ ସହିଦ୍, ୪ଗୁରୁତର

Advertisment
ମଣିପୁରରେ ଆଇଡି ବିସ୍ଫୋରଣ: ୩ଯବାନ ସହିଦ୍, ୪ଗୁରୁତର

SSBCrack

ଇମ୍ଫାଲ: ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି। ଆତଙ୍କବାଦୀମାନେ ପ୍ରଥମେ ଆଇଡି ବିସ୍ଫୋରଣ କରିବା ସହ ପରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଯବାନ ଆହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ୧ଟା ୧୫ମିନିଟ ସମୟରେ ରାଜଧାନୀ ଇମ୍ଫାଲଠାରୁ ୯୫ କିଲୋମିଟର ଦୂରରେ ଥିବା ଚନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି।

ଭାରତ-ମିଆଁମାର ସୀମାରେ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଅପରେସନ୍ ବେଳେ ଆସାମ ରାଇଫଲର ତିନି ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଆହତ ଯବାନଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ମଣିପୁରର ସ୍ଥାନୀୟ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ କରିଛି। ଏହି ଘଟଣା ପରେ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ସେନା ଦ୍ୱାରା ସର୍ଚ୍ଚ ଅପରେସନ ଚାଲୁ ରହିଛି। ଏହା ସହ ଭାରତ-ମିଆଁମାର ସୀମାରେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି।

Manipur ambush: 18 soldiers killed; NSCN-K claims responsibility ... India.com

ଗତ ବର୍ଷ ନଭେମ୍ବରରେ ଆତଙ୍କବାଦୀମାନେ ନିଜେ ଚାନ୍ଦେଲ ଜିଲ୍ଲାର ଆସାମ ରାଇଫଲ୍ସ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସାମରିକ ଶିବିରରେ ବୋମା ଫିଙ୍ଗିଥିଲେ। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଏହା ପରେ ଆତଙ୍କବାଦୀମାନେ ନିକଟସ୍ଥ ପାହାଡକୁ ପଳାଇଥିଲେ। ଏହି ଆକ୍ରମଣରେ କୌଣସି ସେନା ଯବାନଙ୍କ ମୃତ୍ୟୁ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe