କୁକି ହିଂସା ନେଇ ନିରବତା ଭାଙ୍ଗିଲେ ମଣିପୁର ମୁଖ୍ୟମନ୍ତ୍ରୀ: ‘ଉଗ୍ରପନ୍ଥୀଙ୍କୁ କାଠଗଡ଼ାକୁ ଅଣାଯିବ’

Advertisment

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତ ସପ୍ତାହରେ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀଙ୍କ ଦ୍ୱାରା ୬ ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହି ଜଘନ୍ୟ କାଣ୍ଡ ପଛରେ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର କାଠଗଡ଼ାକୁ ଅଣାଯିବ ବୋଲି କହିଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତ ସପ୍ତାହରେ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀଙ୍କ ଦ୍ୱାରା ୬ ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହି ଜଘନ୍ୟ କାଣ୍ଡ ପଛରେ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର କାଠଗଡ଼ାକୁ ଅଣାଯିବ ବୋଲି କହିଛନ୍ତି।

dagdadgdg

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତ ସପ୍ତାହରେ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀଙ୍କ ଦ୍ୱାରା ୬ ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହି ଜଘନ୍ୟ କାଣ୍ଡ ପଛରେ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର କାଠଗଡ଼ାକୁ ଅଣାଯିବ ବୋଲି କହିଛନ୍ତି। ସଂଘର୍ଷଗ୍ରସ୍ତ ରାଜ୍ୟରେ ପୁଣି ଥରେ ହିଂସାକାଣ୍ଡ ଘଟିବା ପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ବୀରେନ ସିଂହ କହିଛନ୍ତି ଯେ ଗତ ସପ୍ତାହରେ ଜିରିବାମ ଜିଲ୍ଲାର ଏକ ନଦୀରୁ ଯେଉଁ ତିନି ଜଣ ମହିଳା ଓ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ସେମାନଙ୍କ ହତ୍ୟାକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ମହିଳା ଓ ଶିଶୁ ହତ୍ୟାକୁ ମାନବିକତା ବିରୋଧୀ ଅପରାଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସିଂହ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ଜିରିବାମରେ କୁକି ଆତଙ୍କବାଦୀଙ୍କ ଦ୍ୱାରା ତିନି ଜଣ ନିରୀହ ଶିଶୁ ଓ ତିନି ଜଣ ନିରୀହ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରିବା ପାଇଁ ଆଜି ମୁଁ ଗଭୀର ଦୁଃଖ ଓ କ୍ରୋଧର ସହ ଏଠାରେ ଛିଡ଼ା ହୋଇଛି। କୌଣସି ସଭ୍ୟ ସମାଜରେ ଏଭଳି ବର୍ବର କାର୍ଯ୍ୟର କୌଣସି ସ୍ଥାନ ନାହିଁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଛି ଯେ ଏହି ଆତଙ୍କବାଦୀଙ୍କୁ ଖୋଜା ଚାଲିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ବ୍ୟବସ୍ଥାକୁ ଅଣାଯିବ। ସେମାନଙ୍କ ଅମାନୁଷିକ କାର୍ଯ୍ୟ ପାଇଁ ସେମାନଙ୍କୁ ଦାୟୀ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।

ଉଗ୍ରପନ୍ଥୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ୧୦ ଜଣ ବିଦ୍ରୋହୀ ନିହତ ହେବା ପରେ ଗତ ନଭେମ୍ବର ୧୧ ତାରିଖରୁ ଜିରିବାମରେ ବିସ୍ଥାପିତଙ୍କ ଶିବିରରୁ ଏହି ୬ ଜଣ ନିଖୋଜ ଥିଲେ। ବୁଧବାରର ବାର୍ତ୍ତାରେ ଶ୍ରୀ ସିଂହ ଜିରିବାମରେ ସିଆର୍‌ପିଏଫ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବୀରେନ ସିଂହ କହିଛନ୍ତି ଯେ ପ୍ରାୟ ୪୦ରୁ ୫୦ ଜଣ ସଶସ୍ତ୍ର ଆତଙ୍କବାଦୀ ବୋରୋବେକ୍ରାସ୍ଥିତ ରିଲିଫ୍ କ୍ୟାମ୍ପରେ ରହୁଥିବା ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ଉପରେ ଆକ୍ରମଣ କରିଥିଲେ ଓ ଜିରିବାମର ଏକ ପୁଲିସ ଷ୍ଟେସନକୁ ଟାର୍ଗେଟ କରିଥିଲେ। ତେବେ ସେଠାରେ ମୁତୟନ ଥିବା ସିଆର୍‌ପିଏଫ ଯବାନଙ୍କ ତ୍ବରିତ ଜବାବ ଯୋଗୁଁ ଏହି ଆକ୍ରମଣକୁ ପ୍ରତିହତ କରାଯାଇଥିଲା। ସେମାନଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୦ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ, ଯାହା ଫଳରେ ରିଲିଫ କ୍ୟାମ୍ପରେ ରହୁଥିବା ଶହ ଶହ ନିରୀହ ଜୀବନ ବଞ୍ଚିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe