ମଣିପୁର ସଙ୍କଟ: ପହଞ୍ଚିବେ ଆଉ ୧୦ ହଜାର ସୈନିକ, ୭ ଦଙ୍ଗାକାରୀ ଗିରଫ

Advertisment

ମଣିପୁର ସ୍ଥିତି ଜଟିଳ ହେଉଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ  ଆରମ୍ଭ କରିଛନ୍ତି।  କେନ୍ଦ୍ର ସରକାର ହିଂସା ପ୍ରବଣ ମଣିପୁରକୁ ଅତିରିକ୍ତ ୧୦ ହଜାର ସୈନିକ ପଠାଇବାପାଇଁ ନିଷ୍ପତ୍ତି ନେଇଛନ୍ତି।

ମଣିପୁର ସ୍ଥିତି ଜଟିଳ ହେଉଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ  ଆରମ୍ଭ କରିଛନ୍ତି।  କେନ୍ଦ୍ର ସରକାର ହିଂସା ପ୍ରବଣ ମଣିପୁରକୁ ଅତିରିକ୍ତ ୧୦ ହଜାର ସୈନିକ ପଠାଇବାପାଇଁ ନିଷ୍ପତ୍ତି ନେଇଛନ୍ତି।

manipur

ଇମ୍ଫାଲ: ମଣିପୁର ସ୍ଥିତି ଜଟିଳ ହେଉଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ  ଆରମ୍ଭ କରିଛନ୍ତି।  କେନ୍ଦ୍ର ସରକାର ହିଂସା ପ୍ରବଣ ମଣିପୁରକୁ ଅତିରିକ୍ତ ୧୦ ହଜାର ସୈନିକ ପଠାଇବାପାଇଁ ନିଷ୍ପତ୍ତି ନେଇଛନ୍ତି।  ମଣିପୁରରେ  କେନ୍ଦ୍ରୀୟ ବାହିନୀର ଶକ୍ତି ବୃଦ୍ଧି ପାଇଁ ଆଉ ୧୦,୮୦୦ ସୈନିକ ଯିବେ। ରାଜ୍ୟର ସମସ୍ତ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀର ଛାଉଣି ରହିବ।  ପ୍ରତି ଜିଲ୍ଲାରେ ନୂଆ ସହଯୋଗ କକ୍ଷ ଏବଂ ମିଳିତ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା ହେବ ବୋଲି ରାଜ୍ୟର ମୁଖ୍ୟ ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂହ କହିଛନ୍ତି।   ଏଯାବତ ପୁଲିସ ହାଜତରୁ ଲୁଟ୍‌ ହୋଇଥିବା ପ୍ରାୟ ୩ ହଜାର ଅସ୍ତ୍ରକୁ ସୁରକ୍ଷାବାହିନୀ ‌ଫେରାଇ ଆଣି ପାରିଛନ୍ତି ବୋଲି ସିଂହ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ ପୁଲିସ, ସିଆରପିଏଫ୍, ବିଏସ୍‌ଏଫ୍‌, ସେନା, ଆସାମ ରାଇଫଲ୍ସ, ଆଇଟିବିପି, ସଶସ୍ତ୍ର ସୀମା ବଳ ସମେତ ସମସ୍ତ ବାହିନୀ ଏକାଠି କାମ କରୁଛନ୍ତି।  ମଣିପୁର ହିଂସାକୁ ନିୟନ୍ତ୍ରଣ କରିବାରେ ଆମେ ସମ‌ସ୍ତେ ଏକଜୁଟ୍‌।  ଯାହା ବି ସମସ୍ୟା ଆସୁ ଆମେ ଏକାଠି ସମ୍ଭାଳିବୁ ବୋଲି ସେ କହିଛନ୍ତି।

ଇମ୍ଫାଲ୍‌: ନଭେମ୍ବର ୧୬ ଦଙ୍ଗା ଘଟଣାରେ ମଣିପୁର ପୁଲିସ ଆଉ ୭ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହାସହ ଏହି ମାମଲାରେ ଗିରଫ ସଂଖ୍ୟା ୩୨ ଛୁଇଁଛି। ମଣିପୁର ପୁଲିସର ସୂଚନାନୁସାରେ,  ନଭେମ୍ବର ୧୬ ଦଙ୍ଗା, ପୋଡ଼ାଜଳା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ମାମଲାରେ  ଗତ ୨୦ ଓ ୨୧ ତାରିଖରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ୨୫ଜଣଙ୍କୁ ଗିରଫ କରାଯାଇଛି। ଏହାବ୍ୟତୀତ, ଉଗ୍ରପନ୍ଥୀ ପ୍ରଭାବିତ ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ପୁଲିସ ଓ ସେନାବାହିନୀ ପକ୍ଷରୁ କମ୍ବିଂ ଅଭିଯାନ ଆରମ୍ଭ କରାଯାଇଛି।  ଜାତୀୟ ରାଜପଥ ୩୭ ଓ ୨ରେ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି। ପୁଲିସର ସୁରକ୍ଷା ବଳୟରେ   ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ୫୦ ଓ ୪୩୨ଟି ଟ୍ରକ୍‌କୁ ଉକ୍ତ ଜାତୀୟ ରାଜପଥରେ ସୁରକ୍ଷିତ ମଣିପୁର ପହଞ୍ଚାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe