ଇସ୍ତଫା ଦେଲେ ଜଗଦୀପ ଧନଖଡ଼; ପଶ୍ଚିମବଙ୍ଗ ପାଇଁ ଅତିରିକ୍ତ ଦାୟିତ୍ବ ନେଲେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌

ଇସ୍ତଫା ଦେଲେ ଜଗଦୀପ ଧନଖଡ଼; ପଶ୍ଚିମବଙ୍ଗ ପାଇଁ ଅତିରିକ୍ତ ଦାୟିତ୍ବ ନେଲେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌

Image Courtesy of India Today

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ମଣିପୁରର ରାଜ୍ୟପାଳ ଲା. ଗଣେଶନ୍‌ଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ ସମ୍ପାଦନ କରିବା ଲାଗି ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଲା. ଗଣେଶନ୍‌ ଉଭୟ ମଣିପୁର ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ବରେ ରହିବେ।

ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ‘ବିଜେପି’ ନେତୃତ୍ବାଧୀନ ‘ଏନ୍‌ଡିଏ’ର ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼େଙ୍କୁ ଚୟନ କରାଯାଇଛି।

ଗତ ବିଳମ୍ବିତ ରାତ୍ରରେ ରାଷ୍ଟ୍ରପତି ଭବନରୁ ଜାରି କରାଯାଇଥିବା ବୁଲେଟିନ୍‌ରେ ଉଲ୍ଲେଖ ଅଛି: ଭାରତର ରାଷ୍ଟ୍ରପତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି।

publive-image Image Courtesy of Mint

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି: ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ନିଜ ଦାୟିତ୍ବ ତୁଲାଇବା ସହିତ ପଶ୍ଚିମବଙ୍ଗର ରାଜ୍ୟାପଳଙ୍କ କାର୍ଯ୍ୟ ନିର୍ବାହ କରିବା ଲାଗି ଭାରତର ରାଷ୍ଟ୍ରପତି ମଣିପୁରର ରାଜ୍ୟପାଳ ଲା. ଗଣେଶନ୍‌ଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି।

‘ଏନ୍‌ଡିଏ’ର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ। ରବିବାର ପୂର୍ବାହ୍ନରେ ଧନଖଡ଼ ଦିଲ୍ଲୀରେ ‘ବିଜେପି’ର ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ରୂପେ ନିଯୁକ୍ତି ପାଇଥିଲେ। ସମ୍ପ୍ରତି ଭାରତର ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆଗାମୀ ଅଗଷ୍ଟ ୧୦ ତାରିଖରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe