ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ୨୦୧୮ ମସିହାରୁ ଜେଲ୍‌ ଯାଇଥିବା ସାମ୍ବାଦିକଙ୍କୁ ମୁକ୍ତ କଲେ ମଣିପୁର ହାଇକୋର୍ଟ

Advertisment
ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ୨୦୧୮ ମସିହାରୁ ଜେଲ୍‌ ଯାଇଥିବା ସାମ୍ବାଦିକଙ୍କୁ ମୁକ୍ତ କଲେ ମଣିପୁର ହାଇକୋର୍ଟ

Photo Credits: Facebook

ଇମ୍ଫାଲ: ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ସୋସିଆଲ୍‌ ମିଡିଆରେ ଥଟ୍ଟା କରି ୨୦୧୮ ମସିହା ନଭେମ୍ବର ମାସରୁ ଜାତୀୟ ସୁରକ୍ଷା ଆଇନ୍‌(ଏନ୍‌ଏସ୍‌ଏ) ଅଧୀନରେ ଗିରଫ ହୋଇଥିବା ସାମ୍ବାଦିକ କିଶୋରଚନ୍ଦ୍ର ଓ୍ଵାଙ୍ଗଖେମଙ୍କୁ ମୁକ୍ତ କରିବା ପାଇଁ ମଣିପୁର ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

ହ୍ୟୁମ୍ୟାନ୍‌ ରାଇଟ୍‌ସ ଲ ନେଟ୍‌ଓ୍ଵର୍କ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାୟର ହୋଇଥିବା ଏକ ଯାଚିକାରେ ଉଲ୍ଲେଖ କରାଯାଇଥିଲା ଯେ ଓ୍ଵାଙ୍ଗଖେମଙ୍କ ଗିରଫ ବେନିୟମ୍‌ ଭାବେ ହୋଇଛି। ଏହା ବ୍ୟକ୍ତିର ମତ ବ୍ୟକ୍ତ କରିବାର ଅଧିକାରକୁ ଉଲ୍ଲଂଘନ କରିଛି।

୨୦୧୮ ମସିହାରେ ୩୯ ବର୍ଷିଅ ସମ୍ବାଦିକ ଓ୍ଵାଙ୍ଗଖେମ ଫେସ୍‌ବୁକ୍‌ରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କୁ ସମାଲୋଚନା କରି ଏକ ପୋଷ୍ଟ ଲେଖିଥିଲେ। ବି୍ରିଟିଶମାନଙ୍କ ବିରୋଧରେ ଲଢ଼ିଥିବା ଝାନ୍‌ସୀ ରାଣୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ପୋଷ୍ଟ୍‍ ଲେଖିଥିଲେ ଓ୍ଵାଙ୍ଗଖେମ।

ଗତ ବର୍ଷଠାରୁ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ଓ୍ଵାଙ୍ଗଖେମଙ୍କୁ ମୁକ୍ତି କରିବା ନେଇ କୋର୍ଟଙ୍କର ଏକ ଖଣ୍ଡପୀଠ ଗଠନ କରାଯାଇ ଶୁଣାଣି ହୋଇଛି। ଅଦାଲତଙ୍କର ଏହି ନିଷ୍ପତ୍ତିକୁ ଓ୍ଵାଙ୍ଗଖେମଙ୍କ ପତ୍ନୀ ରଞ୍ଜିତା ସ୍ୱାଗତ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe