ମଣିପୁର ମନ୍ତ୍ରୀଙ୍କ ବ୍ୟକ୍ତିଗତ ଗୋଦାମ ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା; ଘରପୋଡ଼ିବାକୁ କରିଥିଲେ ଉଦ୍ୟମ

Advertisment
ମଣିପୁର ମନ୍ତ୍ରୀଙ୍କ ବ୍ୟକ୍ତିଗତ ଗୋଦାମ ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା; ଘରପୋଡ଼ିବାକୁ କରିଥିଲେ ଉଦ୍ୟମ

ଇମ୍ଫାଲ୍‌: ଦଳେ ଉତ୍ତ୍ୟକ୍ତ ଜନତା ପୂର୍ବ ଇମ୍ଫାଲ୍‌ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍‌ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍‌. ସୁସିନ୍ଦ୍ରୋଙ୍କ ଗୋଟାଏ ବ୍ୟକ୍ତିଗତ ଗୋଦାମକୁ ପୋଡ଼ି ପକାଇଛନ୍ତି ବୋଲି ଆଜି ଗଣମାଧ୍ୟମକୁ ପୁଲିସ କହିଛି।

ପୁଲିସ କହିଛି ଯେ, ଶୁକ୍ରବାର ରାତିରେ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ଖୁରାଇରେ ଥିବା ମନ୍ତ୍ରୀଙ୍କର ଆଉ ଗୋଟାଏ ଘରେ ମଧ୍ୟ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ, ଠିକଣା ସମୟରେ ଉତ୍ତ୍ୟକ୍ତ ଜନତାକୁ ବାଧା ଦିଆଯିବାରୁ ସେମାନେ ଘର ପୋଡ଼ିବାରେ ବିଫଳ ହୋଇଥିଲେ।

ମନ୍ତ୍ରୀଙ୍କ ଘର ପାଖରୁ ଉତ୍ତ୍ୟକ୍ତ ଜନତାକୁ ଘଉଡ଼ାଇବା ନିମନ୍ତେ ପୁଲିସ ଫୋର୍ସ  ମଧ୍ୟରାତ୍ର ପର୍ଯ୍ୟନ୍ତ ଗୁଳି ଚଳାଇବା ସହିତ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। କିନ୍ତୁ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ହିଂସାକାଣ୍ଡ ଯୋଗୁଁ ବାସହରା ହୋଇଥିବା ବ୍ୟକ୍ତିମାନଙ୍କ ଥଇଥାନ ନିମନ୍ତେ ପ୍ରସ୍ତୁତ ‘ପ୍ରି-ଫେବ୍ରିକେଟେଡ୍‌ ହୋମ୍‌’ ସ୍ଥାପନା ନିମନ୍ତେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ ସ୍ଥାନ ପରିଦର୍ଶନ କରିଯିବା ପରେ ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀଙ୍କ ଘରେ ଆକ୍ରମଣ କରାଯାଇଥିଲା। ରାଜ୍ୟରେ ସ୍ବାଭାବିକତା ଫେରିଆସିବା ପର୍ଯ୍ୟନ୍ତ ପ୍ରଭାବିତ ପରିବାରଗୁଡ଼ିକର ଥଇଥାନ ନିମନ୍ତେ ସରକାର କାମ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମଣିପୁରର ୨ ଆଦିମ ଜନଜାତି ମଧ୍ୟରେ ସଂଘର୍ଷ ହେବାରୁ ମେ ୩ ତାରିଖରୁ ରାଜ୍ୟ ଅଶାନ୍ତ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe