ମଣିପୁର ହିଂସା ପଛରେ ବିଦେଶୀ ଶକ୍ତି: ପୂର୍ବତନ ସେନା ମୁଖ୍ୟ

Advertisment
ମଣିପୁର ହିଂସା ପଛରେ ବିଦେଶୀ ଶକ୍ତି: ପୂର୍ବତନ ସେନା ମୁଖ୍ୟ

NDTV

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ବିଦେଶୀ ଶକ୍ତିମାନଙ୍କ ସମ୍ପୃକ୍ତି ରହିଛି। ହିଂସା ଘଟଣାରେ ବିଦେଶୀ ସଂସ୍ଥାମାନଙ୍କ ସମ୍ପୃକ୍ତିକୁ ଆଦୌ ଏଡ଼ାଇ ଦେଇ ହେବନି ବୋଲି ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ ଏମ ନରବଣେ କହିଛନ୍ତି। ସୀମାନ୍ତ ରାଜ୍ୟରେ ଅସ୍ଥିରତା ଦେଶର ସାମଗ୍ରିକ ଜାତୀୟ ସୁରକ୍ଷା ପାଇଁ ଆଦୌ ଠିକ୍‌ ନୁହେଁ।

ମୁଁ ନିଶ୍ଚିତ ଯେ, ଯେଉଁମ‌ାନେ ହିଂସା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବା କଥା ସେମାନେ ଠିକ୍‌ କାମ କରୁଛନ୍ତି। ତେବେ ଏହି ହିଂସା ଘଟଣାରେ ବିଦେଶୀ ଶକ୍ତିର ସମ୍ପୃକ୍ତି ରହିଛି ବି‌ଶେଷ କରି ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀକୁ ଚୀନ୍‌ ଏଥିପାଇଁ ସହାୟତା ପ୍ରଦାନ କରୁଛି। ନରବଣେ କହିଛନ୍ତି, ବର୍ଷ ବର୍ଷ ଧରି ଏହି ଗୋଷ୍ଠୀଙ୍କୁ ଚୀନ୍‌ ସହଯୋଗ କରୁଛି ଏବଂ ଏବେ ମଧ୍ୟ ଏହା ଜାରି ରଖିଛି। ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ନରବଣେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe