ମଣିପୁର ହିଂସା‌: ମିଆଁମାର ପଳାଇଥିବା ୨୦୦ରୁ ଅଧିକ ମୈତେୟୀ ଫେରି‌ଲେ

Advertisment
ମଣିପୁର ହିଂସା‌: ମିଆଁମାର ପଳାଇଥିବା ୨୦୦ରୁ ଅଧିକ ମୈତେୟୀ ଫେରି‌ଲେ

Image Courtesy of NDTV

ଇମ୍ଫାଲ: ମଣିପୁରରେ ହିଂସା କବଳରୁ ବର୍ତ୍ତିବା ପାଇଁ ରାଜ୍ୟ ଛାଡ଼ି ମିଆଁମାର ପଳାଇଥିବା ମୈତେୟୀ ସଂପ୍ରଦାୟର ୨ ଶହରୁ ଅଧିକ ବ୍ୟକ୍ତି ପୁଣିଥରେ ରାଜ୍ୟକୁ ‌ଫେରି ଆସିଛନ୍ତି। ଦୀର୍ଘ ୩ ମାସ ପରେ ସେମାନେ ସୁରକ୍ଷିତ ଭାବେ ରାଜ୍ୟକୁ ଫେରିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଏଥିପାଇଁ ସେନାକୁ ଦୃଢ଼ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ହିଂସା‌ ଭୟରେ ମିଆଁମାର ଚାଲିଯାଇଥିବା ୨୧୧ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ମାଟିକୁ ଫେରାଇ ଅଣାଯାଇଛି। ଏଥିରେ ଭାରତୀୟ ସେନାର ପ୍ରମୁଖ ଭୂମିକା ରହିଛି। ଅନ୍ୟପକ୍ଷେ ମଣିପୁରର ଉଖରୁଲ ଜିଲ୍ଲାରେ ଶୁକ୍ରବାର ସାନି ହିଂସା‌ ଉପୁଜି ୩ ଜଣଙ୍କ ମୃତ୍ୟୁ ହୋଇଛି। ମେ’ ୩ ତାରିଖରେ ରାଜ୍ୟରେ ହିଂସା ହେବା ପରଠାରୁ ଉଖରୁଲ୍‌ରେ ଏହା ପ୍ରଥମ ହିଂସା ଘଟଣା। ହିଂସା ପରେ ଜାତିଆଣ ଉତ୍ତେଜନା ପୁଣି ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe