ମଣିପୁର ହିଂସା: ଲଣ୍ଡନରେ ନିରବ ପ୍ରତିବାଦ, ଦିଲ୍ଲୀରେ କୁକି ସଦସ୍ୟଙ୍କ ଆନ୍ଦୋଳନ

Advertisment

ଆଜି ମଣିପୁର ଯିବେ ଇ-ଣ୍ଡି-ଆ ପ୍ରତିନିଧିଦଳ

ଆଜି ମଣିପୁର ଯିବେ ଇ-ଣ୍ଡି-ଆ ପ୍ରତିନିଧିଦଳ

ମଣିପୁର ହିଂସା: ଲଣ୍ଡନରେ ନିରବ ପ୍ରତିବାଦ, ଦିଲ୍ଲୀରେ କୁକି ସଦସ୍ୟଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ଇ-ଣ୍ଡି-ଆ ମେଣ୍ଟର ୨୦ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଆସନ୍ତାକାଲି ମଣିପୁର ଗସ୍ତ କରିବେ। ଜୁଲାଇ ୨୯ ଏବଂ ୩୦ ତାରିଖ ଦିନ ସେମାନେ ମଣିପୁରରେ ରହି ସ୍ଥିତି ସମୀକ୍ଷା କରିବେ। ପ୍ରତିନିଧି ଦଳ ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟର ସଦସ୍ୟଙ୍କୁ ଭେଟିବେ। ସେମାନେ ମଧ୍ୟ କିଛି ରିଲିଫ୍‌ ଶିବିର ଗସ୍ତ କରିବେ। ପ୍ରତିନିଧି ଦଳରେ କଂଗ୍ରେସର ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗଇ, ଜେଡିୟୁର ଲଳନ ସିଂହ, ଡିଏମ୍‌କେର କାନିମୋଝି କରୁଣାନିଧି, ଆପ୍‌ର ସୁଶୀଲ ଗୁପ୍ତା, ଟିଏମ୍‌ସିର ସୁଶ୍ମିତା ଦେବ, ଜେଏମ୍‌ଏମ୍‌ର ମହୁଆ ମାଜି ଏବଂ ଏନ୍‌ସିପିର ମହମ୍ମଦ ଫୈଜଲ୍‌ ଅଛନ୍ତି। ଗସ୍ତ ପୂର୍ବରୁ ଆଜି ଲୋକସଭାରେ କଂଗ୍ରେସର ଉପନେତା ମଣିପୁର ହିଂସା ପ୍ରସଙ୍ଗରେ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ତଦନ୍ତ କରିବାପାଇଁ ଦାବି କରିଥିଲେ। ସେ କହିଛନ୍ତି, ବିଜେପି ଏହା ଜଣାଇବାକୁ ଚାହୁଛି ଯେ ମଣିପୁରରେ ସବୁକିଛି ଠିକ୍‌ ଅଛି। କିନ୍ତୁ ବାସ୍ତବରେ ସ୍ଥିତି ଠିକ୍‌ ତାହା ନୁହେଁ। ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ମଣିପୁର ଯିବେ ଏବଂ ସତ କ’ଣ ଜାଣିବାକୁ ଚେଷ୍ଟା କରିବେ।

ମଣିପୁର ହିଂସା ନେଇ ଆଜି ଲଣ୍ଡନରେ ନିରବ ପ୍ରତିବାଦ ହୋଇଛି। ବ୍ରିଟେନର ଏକ ଭାରତୀୟ ବଂଶୋଦ୍ଭବ ମହିଳା ଗୋଷ୍ଠୀ ଆଜି ହିଂସା ବିରୋଧରେ ନିରବ ପ୍ରତିବାଦ କରିଛନ୍ତି। ଏହି ‌ଗୋଷ୍ଠୀର ମହିଳା ଏବଂ ପୁରୁଷମା‌ନେ ଆଜି ଫେସ୍‌ ମାସ୍କ ପିନ୍ଧିବା ସହ ହାତରେ ପ୍ଲାକାର୍ଡ ଧରି ଭାରତୀୟ ହାଇ କମିସନ୍‌ ବାହାରେ ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କୁକି-ଜୋ ମହିଳା ମଞ୍ଚର ସଦସ୍ୟମାନେ ମଣିପୁରର ପାର୍ବତ୍ୟ ଜିଲ୍ଲାରେ ବାସ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏକ ଭିନ୍ନ ପ୍ରଶାସନ ଦାବି କରି ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe