୨୩ ବର୍ଷ ଧରି ମନୀଷ ଭାବେ ବଞ୍ଚିଆସିଥିବା କିନ୍ନର ଏବେ ମନୀଷା , ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

Advertisment

ଭାଗଲପୁର: ପିଲାଦିନେ ଶିଶୁର ଯୌନାଙ୍ଗ ଶରୀର ସହିତ ଲାଗି ରହିଥିଲା। ଏହି କାରଣରୁ ବାପା ମାଆ ଡାକ୍ତରଙ୍କୁ ଶିଶୁକୁ ଦେଖାଇବା ପରେ ସେମାନେ ଜାଣିଗଲେ ଯେ ତାଙ୍କ ଶିଶୁ ଏକ କିନ୍ନର। କିନ୍ତୁ ତା’ର ନାଆଁ ମନୀଷ ରଖି ବାପା ମାଆ ପୁଅ ବୋଲି ଦର୍ଶାଇଲେ। ପ୍ରାୟ ୨୩ ବର୍ଷ ଯାଏଁ କିନ୍ନର ମନ ସ୍ଥିତିରେ ବଞ୍ଚିଥିବା ମନୀଷ ଏକ ଅସ୍ତ୍ରୋପଚାରରେ ମନୀଷା ହୋଇଯାଇଛନ୍ତି। ମନୀଷ ଏବେ ମନୀଷା ଭାବେ ସୁଖୀ ଜୀବନ ବିତାଉଛନ୍ତି। ଡାକ୍ତରରଙ୍କ ଅନୁଯାୟୀ ମନୀଷା ମାଆ ବି ହୋଇପାରିବେ।

ଏହି ଘଟଣା ହେଉଛି ବିହାରର ଭାଗଲପୁର ଜିଲ୍ଲାର ସିକନ୍ଦରପୁର ଅଞ୍ଚଳର। ମନୀଷ ୧୪ ବର୍ଷ ଧରି ବୟସର ହେବା ବେଳେ ଜାଣିପାରିଲେ ଯେ ତାଙ୍କ ଦେହରେ ନାରୀ ଯୌନାଙ୍ଗ ରହିଛି। ସେ ତିନି ଭାଇ ଓ ଚାରି ଭଉଣୀଙ୍କ ଭିତରେ ସବୁଠାରୁ ବଡ଼। ସେ ସହରରେ ଏକ ଦୋକାନରେ ସେଲ୍‌ସ ବୟ ଭାବେ କାମ କରୁଥିଲେ।

publive-image photo-live hindustan

ପ୍ରଥମ ଥର ମାସିକ ଧର୍ମ ହେବା ମାତ୍ରେ ମନୀଷା ଚିନ୍ତାରେ ପଡିଯାଇଥିଲେ। ସେ ନିଜ କଥା ଦୋକାନର ମାଲିକାଣୀ ସୁଶୀଳା ଜେବଟିୟାଙ୍କୁ ଜଣାଇଲେ। ତା’ପରେ ସୁଶୀଳା ମନୀଷଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରସ୍ୱତୀ ପାଣ୍ଡେଙ୍କ କ୍ଲିନିକ୍‌କୁ ଦେଇଥିଲେ। ସେଠାରେ ଏକ ଅସ୍ତ୍ରୋପଚାର ହେବା ପରେ ମନୀଷରୁ ମନୀଷା ବନିଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe