ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ପୁଣି ଖାରଜ କଲେ ସ୍ବତନ୍ତ୍ର କୋର୍ଟ

Advertisment
ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ପୁଣି ଖାରଜ କଲେ ସ୍ବତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର  ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ତେବେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଫେବ୍ରୁଆରି ୨୬ରେ ସିବିଆଇ ଗିରଫ କରିଥିଲା। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମଧ୍ୟ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଏପ୍ରିଲ ୫ରେ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଶେଷ ହେବ।

ମନୀଷ ସିସୋଦିଆ ସ୍ବତନ୍ତ୍ର ସିବିଆଇ ଅଦାଲତରେ ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କହିଥିଲେ ଯେ ତାଙ୍କୁ ହେପାଜତରେ ରଖିଲେ ସିବିଆଇର ଉଦ୍ଦେଶ୍ୟ ପୂରଣ ହେବ ନାହିଁ । କାରଣ ଏହି ମାମଲାରେ ସମସ୍ତ ସାମଗ୍ରୀ ଜବତ ହୋଇସାରିଛି। ମୁଁ ସିବିଆଇ ତଦନ୍ତରେ ପୂରା ସହଯୋଗ କରିଥିଲି। ଯେତେବେଳେ ସିବିଆଇ ଡାକିଥିଲା, ସେତେବେଳେ ସେମାନଙ୍କ ସମ୍ମୁଖରେ ହାଜର ହୋଇଥିଲି । ସାର୍ବଜନୀନ ଜୀବନରେ ସକ୍ରିୟ ଥିବାରୁ ସମାଜରେ ତାଙ୍କର ଦୃଢ ଭିତ୍ତି ରହିଛି ବୋଲି ସେ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ଜାମିନ ପାଇବାକୁ ହକଦାର ବୋଲି ସେ ଏହି ଆବେଦନରେ ଦର୍ଶାଇଥିଲେ । କିନ୍ତୁ ସିବିଆଇ ପକ୍ଷରୁ ତାଙ୍କ ଜାମିନକୁ ବିରୋଧ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe