ଭଗବାନ ପରୀକ୍ଷା କରୁଛନ୍ତି, ସିସୋଦିଆ ୧୦୦ରୁ ୧୦୦ମାର୍କ ନେଇ ଫେରିବେ: କେଜ୍ରିୱାଲ

Advertisment
ଭଗବାନ ପରୀକ୍ଷା କରୁଛନ୍ତି, ସିସୋଦିଆ ୧୦୦ରୁ ୧୦୦ମାର୍କ ନେଇ ଫେରିବେ: କେଜ୍ରିୱାଲ

siasat

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆପ୍, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଗିରଫ ପରଠାରୁ ଆପ୍ ନେତାମାନେ ପ୍ରତ୍ୟେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିବା ସହ ସିସୋଦିଆ ୧୦୦ରୁ ୧୦୦ମାର୍କ ନେଇ ଜେଲରୁ ଫେରିବେ ବୋଲି କହିଛନ୍ତି।

ଦିଲ୍ଲୀର ରୋହିଣୀରେ ଥିବା ସ୍କୁଲ ଅଫ୍ ସ୍ପେସିଆଲିଜେସନ୍ ଏକ୍ସଲେନ୍ସ ଅଧୀନରେ ନୂତନ ବିଦ୍ୟାଳୟ ଭବନର ଉଦଘାଟନ କରି କେଜ୍ରିୱାଲ କହିଛନ୍ତି, କିଛି ଦିନ ପୂର୍ବରୁ କିଛି ପିଲା ମୋ ପାଖକୁ ଆସିଥିଲେ, ସେମାନେ ମୋ ପାଖକୁ ଆସି କହିଲେ ଯେ ସାର୍ ଆମେ ମନୀଷଜୀଙ୍କୁ ବହୁତ ମନେ ପକାଉଛୁ। ଏହା ଶୁଣି ମୁଁ ସେମାନଙ୍କୁ କହିଥିଲି ଯେ ଆମେ ମଧ୍ୟ ମନୀଷଜୀଙ୍କୁ ବହୁତ ମନେ ପକାଉଛୁ। କେବଳ ପିଲାମାନେ ନୁହନ୍ତି, କିଛି ସ୍କୁଲର ଶିକ୍ଷକମାନେ ମଧ୍ୟ ଆସି ମନୀଷଜୀଙ୍କୁ ମନେ ପକାଉଥିବା କହିଥିଲେ। ଶିକ୍ଷକଙ୍କ କହିବା ଅନୁଯାୟୀ, ମନୀଷଜୀଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ମାମଲା ଦାୟର କରାଯାଇଛି। ତାଙ୍କୁ ଫସାଇ ଦିଆଯାଇଛି। ଏହା ଶୁଣି ସମଗ୍ର ବିଶ୍ୱ ଏହା ଜାଣନ୍ତି ବୋଲି କହି ମୁଁ ସେମାନଙ୍କୁ ବୁଝାଇଥିଲି। ଭଗବାନ ଏବେ ମନୀଷଜୀଙ୍କର ପରୀକ୍ଷା ନେଉଛନ୍ତି। ମନୀଷଜୀ ୧୦୦ରୁ ୧୦୦ମାର୍କ ରଖି ପାସ୍ କରିବେ ଏବଂ ଶୀଘ୍ର ଆପଣଙ୍କ ପାଖକୁ ଫେରିବେ। ମୁଁ ଛାତ୍ରଛାତ୍ରୀଙ୍କୁ କହିବାକୁ ଚାହ‌େଁ ଯେ, ସକାଳ ପ୍ରାର୍ଥନାରେ ମନୀଷଜୀଙ୍କ ସ୍ବାସ୍ଥ୍ୟ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe