ନେପାଳର ନୂଆ ମାନଚିତ୍ରକୁ ମନୀଷା କୋଇରାଲାଙ୍କ ସମର୍ଥନ

ନେପାଳର ନୂଆ ମାନଚିତ୍ରକୁ ମନୀଷା କୋଇରାଲାଙ୍କ ସମର୍ଥନ

ନେପାଳର ନୂଆ ମାନଚିତ୍ରକୁ ମନୀଷା କୋଇରାଲାଙ୍କ ସମର୍ଥନ

Times of India

ନୂଆଦିଲ୍ଲୀ: ନେପାଳର ନୂତନ ମାନଚିତ୍ରକୁ ସମର୍ଥନ କରି ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ବିଭିନ୍ନ ମହଲରୁ ନିନ୍ଦିତ ହୋଇଛନ୍ତି। ପୂର୍ବତନ ‌ବୈ‌ଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ତଥା ପୂର୍ବତନ ମିଜୋରାମ ରାଜ୍ୟପାଳ ସ୍ବରାଜ କୌଶଲ ଏ ନେଇ ମନୀଷାକୁ ଚେତାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଲିପୁଲେଖ, କଳାପାଣି ଏବଂ ଲିମ୍ପ୍ୟାଧୁରା ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରି ନୂତନ ମାନଚିତ୍ରରେ ଦର୍ଶାଇଛି। ନେପାଳର ଏହି ନୂଆ ମାନଚିତ୍ରକୁ ମନୀଷା ସମର୍ଥନ ଜଣାଇଛନ୍ତି। ନେପାଳକୁ ସମର୍ଥନ କରି ମନୀଷା ଟ୍ବିଟ୍‌ କରିଛନ୍ତି, ଧନ୍ୟବାଦ ଆମର କ୍ଷୁଦ୍ର ଦେଶ ନେପାଳ, ନିଜର ସ୍ବାଭିମାନକୁ ବଜାୟ ରଖିବା ସହ ଭାରତ ଓ ଚୀନ୍‌ ଭଳି ଏକ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି।

ମନୀଷା ମଧ୍ୟ ପରୋକ୍ଷରେ ଚୀନ୍‌ର କମ୍ୟୁନିଷ୍ଟ ସରକାରକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ମନୀଷାଙ୍କ ଜେଜେବାପା ବିଶ୍ବେଶ୍ବର ପ୍ରସାଦ କୋଇରାଲା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ବାପା ପ୍ରକାଶ କୋଇରାଲା ନେପାଳର ଜଣେ ଜଣାଶୁଣା ନେତା ଥିଲେ। ମନୀଷାଙ୍କ ପରିବାର ଓ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ରହି ଆସିଛି। ତେବେ ମନୀଷା ଚୀନ୍‌କୁ ସମର୍ଥନ ଜଣାଇଥିବାରୁ ସ୍ବରାଜ କୌଶଲ ମନୀଷାଙ୍କ ପାରିବାରିକ ଇତିହାସ ସମ୍ପର୍କରେ ସ୍ମରଣ କରାଇ ଦେଇଛନ୍ତି। ମନୀଷାଙ୍କ ଜେଜେବାପା ଓ ମନୀଷାଙ୍କ ବାପାଙ୍କ ସହ ସ୍ବରାଜଙ୍କ ପାରିବାରିକ ସମ୍ପର୍କ ଖୁବ୍‌ ଭଲ ଥିଲା ବୋଲି ସ୍ମରଣ କରାଇ ମନୀଷାଙ୍କୁ ନିଜ ଝିଅ ଭଳି ସମ୍ବୋଧନ କରିଛନ୍ତି ସ୍ବରାଜ କୌଶଳ। ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରସିଦ୍ଧିଲାଭ କରିଥିବା ମନୀଷାଙ୍କୁ ଭାରତ ବିରୋଧରେ ଏବଂ ଚୀନ୍‌ ସମର୍ଥନରେ ଏଭଳି କହିବା ଠିକ୍‌ ନୁହେଁ। ମନୀଷା ମଧ୍ୟ ଚୀନ୍‌କୁ ଏତେ ସହଜରେ ବିଶ୍ବାସ କରିବା ଠିକ୍‌ ନୁହେଁ ବୋଲି ସ୍ବରାଜ ଚେତେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe