ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ନାପସନ୍ଦ କଲ ମନମୋହ

Advertisment
ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ନାପସନ୍ଦ କଲ ମନମୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବମୁଦ୍ରାୟନ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ମନମୋହନ ସମାଲୋଚନା କରି କହିଛନ୍ତି ଯେ ବିମୁଦ୍ରାୟନ ଦେଶ ପାଇଁ ଆଦୌ ଆବଶ୍ୟକ ନ ଥିଲା। ବିମୁଦ୍ରାୟନ ଫଳରେ ଜନଜୀବନ ହନ୍ତସନ୍ତ ହୋଇଥିବା ବେଳେ ବହୁ କ୍ଷୟ କ୍ଷତି ସହିଛି ଦେଶ। ଦେଶର ଜିଡିପି ଅଭିବୃଦ୍ଧି ମନ୍ଥର ହୋଇଛି କେବଳ ପ୍ରଧାନମନ୍ତ୍ରୀଙ୍କ ଏହି ଭୁଲ୍‌ ନିଷ୍ପତ୍ତି ପାଇଁ। ଶୁକ୍ରବାର ସଂଧ୍ୟାରେ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ (ଆଇଏସବି) ଲିଡରସିପ୍‌ ସମ୍ମିଳନୀ -୨୦୧୭ରେ ଯୋଗଦେଇ ମନମୋହନ ନିଜର ମତ ରଖିଛନ୍ତି।

ସେ କହିଛନ୍ତି ଯେ ଉପା ସରକାର କ୍ଷମତାରେ ଥିବାବେଳେ ଦେଶରେ ନିବେଶ ହାର ୩୫ ରୁ ୩୭ ପ୍ରତିଶତ ଥିବାବେଳେ ଏବେ ଏହା ୩୦ ପ୍ରତିଶତକୁ ଖସିଆସିଛି। ନିଯୁକ୍ତି କ୍ଷେତ୍ରରେ ଦେଶ ବିଫଳ ହୋଇଛି। ବେକାରି ସମସ୍ୟା ବୃଦ୍ଧି ପାଇବା ସହ ଆହୁରି ଗୁଡ଼ାଏ ଅସୁବିଧା କେବଳ ବିମୁଦ୍ରରୟନ ନିଷ୍ପତ୍ତି ହେତୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଚଳନ ହେଉଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe