କରୋନାରୁ ସୁସ୍ଥ ହେବା ପରେ ଏମ୍ସରୁ ମନମୋହନ ସିଂହଙ୍କୁ ମିଳିଲା ଛୁଟି

Advertisment
ବୁଧବାର ଅବସର ନେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ରାଜ୍ୟସଭାରେ ଏକ ଯୁଗର ଅବସାନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ସଂକ୍ରମଣରୁ ସୁସ୍ଥ ହେବାପରେ ଗୁରୁବାର ଦିନ ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଛୁଟି ମିଳିଛି।

ମନମୋହନ ସିଂହଙ୍କୁ ଏପ୍ରିଲ ୧୯ ତାରିଖରେ ଜ୍ବର ହୋଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲା। ଏହାପରେ ମନମୋହନ ସିଂହଙ୍କୁ ଏମ୍ସ ଟ୍ରମା କେୟାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୪ ଓ ଏପ୍ରିଲ ୩ରେ କୋଭାକ୍ସିନର ଦୁଇଟି ଡୋଜ ନେଇସାରିଛନ୍ତି।

ତେବେ ସୂତ୍ରରୁ ଜଣାପଡ଼ିଛି କି, ମନମୋହନ ସିଂହଙ୍କ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ୧୯୯୦ ରେ ତାଙ୍କର ପ୍ରଥମ ସର୍ଜରୀ ହୋଇଥିଲା । ପ୍ରଥମ ସର୍ଜରୀ ୟୁକେରେ ହୋଇଥିଲା। ୨୦୦୪ ରେ ଏସ୍କର୍ଟ ହସ୍ପିଟାଲରେ ଏନଜିଓପ୍ଲାଷ୍ଟି ହୋଇଥିଲା। ୨୦୦୯ ରେ ଏମ୍ସରେ ତାଙ୍କର ଦ୍ୱିତୀୟ ପାଇପାସ ସର୍ଜରୀ ହୋଇଥିଲା। ମନମୋହନ ସିଂହ କଂଗ୍ରେସର ବରିଷ୍ଠ ନେତା । ସେ ସମ୍ପ୍ରତି ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe