ୟୁପିଏ ସରକାର ଅମଳରେ ବି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା: ମନମୋହନ ସିଂହ

ୟୁପିଏ ସରକାର ଅମଳରେ ବି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା: ମନମୋହନ ସିଂହ

indiatoday.in

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ  ମୋଦୀ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ୟୁପିଏ ଅମଳରେ ବି କେତେକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା,କିନ୍ତୁ ଭୋଟ୍‌ ଲାଗି ଏହାର ବ୍ୟବହାର କରାଯାଇନଥିଲା । ଡ଼ ମନମୋହନ ସିଂହ କହିଛନ୍ତି ଯେ ମୋଦୀ ସରକାର ନିଜର ଆର୍ଥକ ବିଫଳତାକୁ ଲୁଚାଇବା ଲାଗି ସୈନ୍ୟବଳର ଶୌର୍ଯ୍ୟକୁ ଢାଲ ବନାଇଛନ୍ତି। ଏହା ଲଜ୍ଜାକର ଓ ଅସ୍ୱୀକାର୍ଯ୍ୟ ବୋଲି ସେ କହିଛନ୍ତି। ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ବିଜେପି ନେତାଙ୍କର ମୁମ୍ବାଇରେ ସଂଗଠିତ ୨୬/୧୧ ଆକ୍ରମଣ ପ୍ରସଙ୍ଗରେ ଜବାବ୍‌ ଦେଇ ଏକଥା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁପିଏ ସରକାର ପାକିସ୍ତାନକୁ ଅଲଗା କରିବାକୁ ପ୍ରୟାସ କରିଥିଲେ।

publive-image Scroll.in

ମୁମ୍ବାଇ ଆକ୍ରମଣର ମାତ୍ର ୧୪ ଦିନ ପରେ ଲସ୍କର ପ୍ରମୁଖ ହାଫିଜ୍‌ ସଇଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚୀନ ସହମତ ହୋଇଥିଲା ବୋଲି ମନମୋହନ ସିଂହ କହିଛନ୍ତି। କିନ୍ତୁ ଏସବୁ ସଂପର୍କରେ ତାଙ୍କ ସରକାର ଚାରିଆଡ଼େ ପ୍ରଚାର କରି ନଥିଲା ବୋଲି  କହିଛନ୍ତି ଡ଼ ମନମୋହନ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe