ମନମୋହନ ରକ୍ଷା କ‌ଲେ ପାକିସ୍ତାନର ନିମନ୍ତ୍ରଣ ! କର୍ତ୍ତାରପୁର କରିଡର ଉଦଘାଟନ ସମାରୋହରେ ଅତିଥି ନୁହେଁ, ‘ଯାତ୍ରୀ’ ଭାବେ ଯୋଗ ଦେବେ

Advertisment
ମନମୋହନ ରକ୍ଷା କ‌ଲେ ପାକିସ୍ତାନର ନିମନ୍ତ୍ରଣ ! କର୍ତ୍ତାରପୁର କରିଡର ଉଦଘାଟନ ସମାରୋହରେ ଅତିଥି ନୁହେଁ, ‘ଯାତ୍ରୀ’ ଭାବେ ଯୋଗ ଦେବେ

(Photo Credits: Getty Images)

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ‘ମନମୋହନ ସିଂ ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିଛନ୍ତି। କର୍ତ୍ତାରପୁର କରିଡର ଉଦଘାଟନ ଉତ୍ସବକୁ  ସେ ଜଣେ ଅତିଥି ନୁହେଁ, ‘ଯାତ୍ରୀ’ ଭାବେ ଯୋଗ ଦେବେ। ଏକଥା ଆଜି ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ମେହେମ୍ମୁଦ କ୍ୟୁରେସୀ।

ନଭେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପଟରେ ନିର୍ମାଣ ହୋଇଥିବା କର୍ତ୍ତାରପୁର ସାହିବକୁ ରାସ୍ତାର ଉଦଘାଟନ କରିବା ପରେ ଏହାର ପରଦିନ ପାକିସ୍ତାନ ଗୁରୁଦାସପୁରରେ ଥିବା ଡେରା ବାବା ନାନକକୁ ପାକିସ୍ତାନର କର୍ତ୍ତାରପୁର ସାହିବକୁ ସଂଯୁକ୍ତ କରୁଥିବା କରିଡରକୁ ନଭେମ୍ବର ୯ରେ ପାକିସ୍ତାନରେ ଉଦଘାଟନ କରାଯିବ

ପାକିସ୍ତାନ ପକ୍ଷରୁ ଜାରି ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଏହି  ଉତ୍ସବରେ ଜଣେ ଅତିଥି ନୁହେଁ, ବରଂ ଜଣେ ସାଧାରଣ ଯାତ୍ରୀ ଭାବେ ଯୋଗ ଦେବେ । ପାକିସ୍ତାନର ବିଦେଶ ମନ୍ତ୍ରୀ ମେହେମ୍ମୁଦ କ୍ୟୁରେସୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଆମ ନିମନ୍ତ୍ରଣ ଗ୍ରହଣ କରିଛନ୍ତି,ସେ ଜଣେ ସାଧାରଣ ଯାତ୍ରୀ ଭାବେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ନିକଟରେ ଗଣମାଧ୍ୟମକୁ କହିଥିଲେ ଯେ ସେ କିମ୍ବା ଡ଼.ମନମୋହନ ସିଂ କର୍ତ୍ତାପୁର କରିଡର ଉଦ୍ଘାଟନ ସମାରୋହରେ ଯୋଗଦେବା ଲାଗି ପାକିସ୍ତାନ ଯିବେ ନାହିଁ । ଏଥିସହ ସେ ଏହା ମଧ୍ୟ କହିଥିଲେ କି ପାକିସ୍ତାନ ଗସ୍ତରେ ଯିବା ଏବଂ କରିଡରରେ ଯାଇ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିବା ଭିନ୍ନ କଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe