ଯମୁନା ଘାଟରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି: ଗାନ୍ଧୀ ପରିବାରର ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେପି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ  ସଂପନ୍ନ ହେବାର ଦିନକ ପରେ ଆଜି ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି।

dgddg

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ  ସଂପନ୍ନ ହେବାର ଦିନକ ପରେ ଆଜି ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି। ଅସ୍ଥି ବିସର୍ଜନ ପରେ ପରିବାର ସଦସ୍ୟମାନେ   ଗୁରୁଦ୍ୱାରରେ ପ୍ରାର୍ଥନା କରିଥିଲେ।   ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି।   ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାରର ଅନୁପସ୍ଥିତିକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ସେଠାରେ କ୍ୟାମେରା ନଥିବାରୁ ଗାନ୍ଧୀ ପରିବାରରୁ କେହି ବି ଗଲେନାହିଁ ବୋଲି ବିଜେପି କହିଛି। ବିଜେପି ନେତା ମନ୍‌ଜିନ୍ଦର ସିରସା ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଛନ୍ତି ଯେ ଗତକାଲିଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରକୁ ନେଇ ଗାନ୍ଧୀ ପରିବାର ଶସ୍ତା ରାଜନୀତିରେ ଲିପ୍ତ ଥିବା ପରିତାପର ବିଷୟ।

ଆଜି ଯମୁନା କୂଳରେ   ଅସ୍ଥି ବିସର୍ଜନ ବେଳେ କ୍ୟାମେରା ନଥିବାରୁ ସେଠାରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ କିମ୍ବା କୌଣସି କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିନଥିଲା।  ଆଜି ଅସ୍ଥି ବିସର୍ଜନ ଅବସରରେ ମନମୋହନ ସିଂହଙ୍କ ପତ୍ନୀ ଗୁରଶରଣ କୌର ଏବଂ ତାଙ୍କ ତିନି ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।  ସୂଚନାଯୋଗ୍ୟ,   ମନମୋହନଙ୍କ ସ୍ମାରକସ୍ଥଳ ଘୋଷଣା ନେଇ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରାଯାଇଛି।  ତେବେ  କଂଗ୍ରେସ କେବଳ ହୀନ ରାଜନୀତି ଚାହୁଥିବାରୁ ଏହି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛି ବୋଲି ବିଜେପି  କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe