Mann Ki Baat: PM talks to Odisha youth player Rashmita Sahu Photograph: (sambad.in)
ନୂଆଦିଲ୍ଲୀ/ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ର ୧୨୫ତମ ଏପିସୋଡରେ ଜାତୀୟ ଏକତା ଏବଂ ପ୍ରଗତିରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର କାନୋଇଂ ଚାମ୍ପିଅନ ରଶ୍ମିତା ସାହୁଙ୍କ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ।
ପ୍ରଧାନମନ୍ତ୍ରୀ ରାଶ୍ମିତାଙ୍କ ଯାତ୍ରା, ଶ୍ରୀନଗରରେ ସମ୍ପ୍ରତି ଅନୁଷ୍ଠିତ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ତାଙ୍କର ବିଜୟ ଏବଂ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବା ପାଇଁ ରଶ୍ମିତାଙ୍କର ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ।
ମନ୍ କି ବାତ୍ର ଅନ୍ୟତମ ଆକର୍ଷଣ ଥିଲା ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଯୁବ ଖେଳାଳି ରଶ୍ମିତା ସାହୁଙ୍କ ଆଲୋଚନା। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଖେଳୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବରେ ସ୍ୱର୍ଣ୍ଣ ପଦକ ଜିତିଥିବା ରସ୍ମିତା ସାହୁଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ରଶ୍ମିତା କହିଛନ୍ତି,ମୁଁ ଜଣେ କାୟାକିଂ-କାନୋଇଂ ଖେଳାଳି। ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି। ଏହା ବହୁତ ଭଲ ଲାଗିଲା। ତାଙ୍କ ସହ କଥା ହୋଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହା ମୋ ପାଇଁ, ମୋ ପ୍ରଶିକ୍ଷକ, ମୋ ପରିବାର ଏବଂ ମୋ ଗାଁ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। ମୁଁ ତାଙ୍କ ସହ କଥା ହୋଇ ବେଶ୍ ଖୁସି। ଆମେ ଖେଳାଳି। ଆମକୁ ଦେଶ ପାଇଁ ପ୍ରଦର୍ଶନ କରିବାକୁ ପଡିବ।
rashmita sahoo | pm-narendra-modi | mann-ki-baat
Follow Us