ମନ୍ କୀ ବାତ୍‌କୁ ୟୁନେସ୍କୋ ମହାନିର୍ଦ୍ଦେଶିକାଙ୍କ ପ୍ରଶଂସା, ସ୍ବତନ୍ତ୍ର ପୁସ୍ତକ ପାଇଁ ପ୍ରସ୍ତାବ ଦେଲେ

ମନ୍ କୀ ବାତ୍‌କୁ ୟୁନେସ୍କୋ ମହାନିର୍ଦ୍ଦେଶିକାଙ୍କ ପ୍ରଶଂସା, ସ୍ବତନ୍ତ୍ର ପୁସ୍ତକ ପାଇଁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କୀ ବାତ୍ ପ୍ରସାରିତ ହୋଇଛି। ଏହାକୁ ପ୍ରଶଂସା କରିବା ସହ ଏହା ଉପରେ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ ୟୁନେସ୍କୋର ମହାନିର୍ଦ୍ଦେଶିକା ଅଦ୍ରେ ଆଜୋଲେ।

ଏକ ବାର୍ତ୍ତାରେ ଆଜୋଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କୀ ବାତ୍ ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ ଯାହାର କୋଟି କୋଟି ଶ୍ରୋତା ଅଛନ୍ତି ଏବଂ ଯାହାକୁ ୫୦ରୁ ଅଧିକ ଭାଷା ଓ ଉପଭାଷାରେ ପ୍ରସାରିତ କରାଯାଉଛି। ଏହାଦ୍ବାରା କୋଟି କୋଟି ଲୋକଙ୍କୁ ଏକାଠି କରିବା ପାଇଁ ରେଡିଓର କିପରି ଶକ୍ତି ରହିଛି ତାହା ପ୍ରଦର୍ଶିତ ହୋଇଛି।

ଆଜୋଲେ କହିଛନ୍ତି, ଶହେ ବର୍ଷ ତଳେ ରେଡିଓ ଉଦ୍ଭାବନ ଦିନଠାରୁ ଏହା ଆମ ଜୀବନର ଅଂଶ ହୋଇଯାଇଥିଲା। ରେଡିଓ ବର୍ତ୍ତମାନ ଏକ ବାସ୍ତବ ବିଶ୍ବ ମାଧ୍ୟମରେ ପରିଣତ ହୋଇଛି। ଏକ ଶତାବ୍ଦୀ ପରେ ଆଜି ବି ଏହାର ଉପାଦେୟତା ରହିଛି। ଏହି କାରଣରୁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ୟୁନେସ୍କୋ ବିଶ୍ବ ରେଡିଓ ଦିବସ ପାଳନ କରିଆସୁଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ରେଡିଓ କାର୍ଯ୍ୟକ୍ରମ ଉପରେ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe