‌କେଜ୍ରିୱାଲ୍‌ଙ୍କ ପାଦ ଛୁଇଁଲେ ମାନ୍‌

Advertisment
‌କେଜ୍ରିୱାଲ୍‌ଙ୍କ ପାଦ ଛୁଇଁଲେ ମାନ୍‌

ନୂଆଦିଲ୍ଲୀ  : ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍‌ ଆସନ୍ତା ୧୬ ତାରିଖରେ ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ହାସ୍ୟ ଅଭିନେତାରୁ ରାଜନେତା ହୋଇଥିବା ମାନ୍‌ଙ୍କ ଶପଥ ଗ୍ରହଣ ରାଜଭବନରେ ହେବନି। କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକର କଲାନ୍‌ରେ ମାନ୍‌ଙ୍କ ଶପଥ ଉତ୍ସବ ହେବ। ଭଗୱନ୍ତ ମାନ୍‌ ଆଜି ନୂଆଦିଲ୍ଲୀରେ ପହଞ୍ଚି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ମନିଷ ସିସୋଦିଆଙ୍କୁ ଭେଟିଛନ୍ତି। ନିର୍ବାଚନ ଫଳାଫଳ ଆସିବାପରେ ମାନ୍‌ ଆଜି କେଜ୍ରିୱାଲ୍‌ଙ୍କୁ ପ୍ରଥମ ଥର ଭେଟିଛନ୍ତି ଏବଂ ତାଙ୍କ ପାଦ ଛୁଇଁ ନମସ୍କାର କରିଛନ୍ତି। ମାନ୍‌ ମଧ୍ୟ ସିସୋଦିଆଙ୍କ ପାଦ ଛୁଇଁଛନ୍ତି। କେଜ୍ରିୱାଲ୍‌ ମାନ୍‌ଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe