ପାରିକର ପୁଣି ହସ୍ପିଟାଲରେ ଭର୍ତ୍ତି

Advertisment
ଏମ୍ସରେ ପାରିକରଙ୍କ କ୍ୟାବିନେଟ୍‌ ବୈଠକ

ପାନାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପୁଣି ଅସୁସ୍ଥ ହୋଇପଡ଼ିବାରୁ ଆଜି ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଜିଏମ୍‌ସିଏଚ୍‌)ରେ ଭତ୍ତି ହୋଇଛନ୍ତି। ୬୨ ବର୍ଷୀୟ ପାରିକରଙ୍କୁ ଆଜି ଏକ ହ୍ଵିଲ୍‌ଚେୟାର୍‌ରେ ହସ୍ପିଟାଲ ବେଡ ପର୍ଯ୍ୟନ୍ତ ନିଆଯାଇଥିଲା। ଗତ ୨୨ ତାରିଖ ଦିନ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ସେ ଅସ୍ଥାୟୀ ଭାବେ ଡିସ୍‌ଚାର୍ଜ ହୋଇଥିଲେ ଏବଂ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଥିଲେ। ଅଚାନକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ପାନ୍‌କ୍ରିୟା ସମସ୍ୟା ପାଇଁ ତାଙ୍କୁ ସପ୍ତାହେ ବ୍ୟାପୀ ମୁମ୍ବାଇରେ ଚିକିତ୍ସିତ ହେବାକୁ ପଡ଼ିଥିବା ବେଳେ ଅସୁସ୍ଥତାରୁ ସେ ମୁକ୍ତି ପାଇନଥିଲେ। ରାଜ୍ୟ ବଜେଟ୍‌ ଉପସ୍ଥାପନ ପାଇଁ ହସ୍ପିଟାଲରୁ ଡିସ୍‌ସାର୍ଜ ହେବାପରେ ତାଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡ଼ିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe