ପାରିକର-ରାହୁଲ ପତ୍ରଯୁଦ୍ଧ : ଅତି ତଳକୁ ଖସିଛନ୍ତି ରାହୁଲ: ପାରିକର

Advertisment

ଆପଣ ଚାପରେ ପତ୍ର ଲେଖିଛନ୍ତି: ରାହୁଲ

ଆପଣ ଚାପରେ ପତ୍ର ଲେଖିଛନ୍ତି: ରାହୁଲ

ପାରିକର-ରାହୁଲ ପତ୍ରଯୁଦ୍ଧ : ଅତି ତଳକୁ ଖସିଛନ୍ତି ରାହୁଲ: ପାରିକର

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଏକ ପତ୍ର ମାଧ୍ୟମରେ ରାଫେଲ ନେଇ ସେ ଏତେ ମିଛ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ପାରିକର କହିଛନ୍ତି ଯେ ଗତକାଲି ରାହୁଲ ମୋ ସହ ମାତ୍ର ୫ ମିନିଟ୍‌ ସାକ୍ଷାତ କରିଥିଲେ ଏବଂ ମୋ ସ୍ବାସ୍ଥ୍ୟ ସଂପର୍କରେ ହିଁ ଆଲୋଚନା ହୋଇଥିଲା। ରାଫେଲ ଚୁକ୍ତି ନେଇ ସେ ମତେ କିଛି ପଚାରିନଥିଲେ କି ମୁଁ ବି ପଦଟିଏ କହିନଥିଲି। କିନ୍ତୁ ଏହି ସାକ୍ଷାତ ପରେ ରାହୁଲ ଗୋଟିଏ ପରେ ଗୋଟିଏ ମିଛ ରାଫେଲକୁ ଯୋଡ଼ି କହିଚାଲିଛନ୍ତି। ‘ଏକ ସୌଜନ୍ୟମୂଳକ ସାକ୍ଷାତକୁ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବ୍ୟବହାର କରି ଆପଣ ଅତି ତଳକୁ ଖସିଛନ୍ତି ବୋଲି ପାରିକର କହିଛନ୍ତି। ଆପଣଙ୍କର ଏଭଳି କାର୍ଯ୍ୟ ପାଇଁ ମୁଁ ବହୁତ ଅପମାନିତ ଅନୁଭବ କରୁଛି’ ବୋଲି ପାରିକର ରାହୁଲଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାର ଜବାବରେ ରାହୁଲ ମଧ୍ୟ ପତ୍ର ଲେଖି କହିଛନ୍ତି- ଆପଣ ପ୍ରବଳ ଚାପ ଯୋଗୁଁ ଏଭଳି କହୁଛନ୍ତି। ମୁଁ ଅଧିକ କିଛି ପ୍ରଘଟ କରିନି। ମୋଦୀ ଏବଂ ତାଙ୍କ ବନ୍ଧୁଙ୍କ ପ୍ରତି ଆନୁଗତ୍ୟ ଦେଖାଇ ଆପଣ ଏଭଳି କହୁଛନ୍ତି।

ଗତକାଲି ରାହୁଲ ଗାନ୍ଧୀ ପାରିକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବା ପରେ ଟ୍ବିଟ୍‌ କରି କହିଥିଲେ ଯେ ନୂତନ ରାଫେଲ ଚୁକ୍ତି ନେଇ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ପାରିକରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆଦୌ ଅବଗତ କରାଇନଥିଲେ। ଏ ସଂପର୍କରେ ପାରିକର କିଛି ଜାଣିନଥିବା ତାଙ୍କୁ କହିଥିବା ରାହୁଲ କହିଥିଲେ।

ରାହୁଲଙ୍କ ନମ୍ରତା ପ୍ରଶଂସାଯୋଗ୍ୟ: ଗୋଆ ବିଜେପି ବିଧାୟକ

ନୂଆଦିଲ୍ଲୀ : ଗୋଆର ବିଜେପି ବିଧାୟକ ତଥା ଉପବାଚସ୍ପତି ମାଇକେଲ ଲୋବୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗୋଆ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟ ସଂପର୍କରେ ଜାଣିବା ପାଇଁ ତାଙ୍କୁ ସାକ୍ଷାତ କରିବା ତାଙ୍କ ନମ୍ରତାର ପରିଚୟ ଦେଉଛି ଏବଂ ଏଥିପାଇଁ ସେ ପ୍ରଶଂସାର ପାତ୍ର ବୋଲି ରାହୁଲ କହିଛନ୍ତି। ପାରିକରଙ୍କ ସ୍ବାସ୍ଥ୍ୟ ସଂପର୍କରେ ରାହୁଲ ପୂର୍ବରୁ ମଧ୍ୟ ଜାଣିବା ପାଇଁ ଅନେକ ଥର ପ୍ରୟାସ କରିଛନ୍ତି ବୋଲି ଲୋବୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe