ମନୋଜ ସିହ୍ନା ଜମ୍ମୁ ଓ କଶ୍ମୀରର ନୂତନ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଭାବେ ନିଯୁକ୍ତ

Advertisment
ମନୋଜ ସିହ୍ନା ଜମ୍ମୁ ଓ କଶ୍ମୀରର ନୂତନ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଭାବେ ନିଯୁକ୍ତ

Image Courtesy of Hindustan Times

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ନି‌ମନ୍ତେ କେନ୍ଦ୍ର ସରକାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ବୁଧବାର ଦିନ ଇସ୍ତଫା ଦେଇଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ।

‌ସିହ୍ନା ପୂର୍ବ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ଲୋକସଭାର ପ୍ରତିନିଧିତ୍ବ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ସେ ବହୁଜନ ସମାଜ ପାର୍ଟିର ଅଫ୍‌ଜଲ୍ ଅନ୍‌ସାରିଙ୍କ ଠାରୁ ପରାସ୍ତ ହୋଇଥିଲେ।

publive-image Image Courtesy of India Today

ପୂର୍ବରୁ ସେ କନିଷ୍ଠ ରେଳମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଶୁଣାଯାଉଛି, ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାଳ ଶେଷ କରୁଥିବା ରାଜୀବ ମେହଋଷିଙ୍କ ସ୍ଥାନରେ ସେ ଭାରତର ପରବର୍ତ୍ତୀ କଂପ୍‌ଟ୍ରୋଲର୍ ଆଣ୍ଡ୍‌ ଅଡିଟର୍ ଜେନେରାଲ୍ ହେବେ।

ସିଭିଲ୍ ସର୍ଭିସ୍‌ରୁ ଅବସର ଗ୍ରହଣ କରିବା ପରେ ରାଜୀବ ମେହଋଷି ୨୦୧୭ରେ ଭାରତର ଶୀର୍ଷ ପବ୍ଲିକ୍ ଅଡିଟର୍‌ ଭାବେ ନିଯୁକ୍ତ ହୋଇଥିଲେ। ୧୯୭୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ମେହଋଷି ଏହା ପୂର୍ବରୁ ଭାରତର ଅର୍ଥନୈତିକ ସଚିବ ଏବଂ ଗୃହ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe