ଆଇନଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଦୁଷ୍କର୍ମକାରୀର ସହପାଠୀଙ୍କ ଚାଞ୍ଚଲ୍ୟକର ବୟାନ

Advertisment
4c74033b-3f51-4111-b000-caa7b725cf62

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତା ଆଇନ କଲେଜ କ୍ୟାମ୍ପସରେ ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରକୁ ଗିରଫ କରାଯାଇଛି। ଏହି ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ମନୋଜିତ ମିଶ୍ରର ସହପାଠୀ ଥିବା ତିତାସ ମାନ୍ନା ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛନ୍ତି।

ତିତାସ ମାନ୍ନା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା ତୃଣମୂଳ କଂଗ୍ରେସର ଛାତ୍ର ନେତା ମନୋଜିତ ମିଶ୍ରର ନୂତନ କାର୍ଯ୍ୟ ନୁହେଁ। ଏହା ପୂର୍ବରୁ ବି ମନୋଜିତ ବିରୋଧରେ ଅନେକ ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମନୋଜିତ ୨୦୧୨ମସିହାରେ କଲେଜରେ ପ୍ରବେଶ କରିଥିଲା। ୨୦୧୨ ମସିହାରେ ହିଁ ତା ଉପରେ କାଲିଘାଟ ଅଞ୍ଚଳରେ ଛୁରୀରେ ଆକ୍ରମଣ କରିବାର ଅଭିଯୋଗ ହୋଇଥିଲା। ତା’ପରେ ସେ କିଛି ବର୍ଷ ପର୍ଯ୍ୟନ୍ତ ନିଖୋଜ ହୋଇଯାଇଥିଲା।
ଏହାପରେ ପୁଣିଥରେ ୨୦୧୮ ମସିହାରେ କଲେଜକୁ ଆସିଥିଲା । ୨୦୧୯ ଓ ୨୦୨୨ରେ ମନୋଜିତ ବିରୋଧରେ ଦୁଇଜଣ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ମନୋଜିତ ସର୍ବଦା ସ୍ଥାନୀୟ ଗୁଣ୍ଡାମାନଙ୍କ ସହ ବସାଉଠା କରେ। ଛୋଟଛୋଟ ଘଟଣାକୁ ନେଇ କଲେଜର ପ୍ରିନ୍ସିପାଲଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ସ‌ାଙ୍ଗସାଥୀମାନଙ୍କୁ ସମସ୍ତଙ୍କୁ ଧମକ ଦେଇ ଭୟଭୀତ କରି ରଖୁଥିଲା।’ 

ଏହି ଗଣଦୁଷ୍କର୍ମ ମାମଲାରେ ପୁଲିସ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରିଛି। କଲେଜ ଗାର୍ଡ ମଧ୍ୟ ପୁଲିସ ହେପାଜତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe