ଲୋକାଲ୍‌ ଟ୍ରେନ୍‌ରେ ହଜିଥିବା ବ୍ୟକ୍ତିଙ୍କ ପର୍ସକୁ ୧୪ ବର୍ଷ ପରେ ପାଇଲା ପୁଲିସ; ପର୍ସରେ ଥିବା ଅଚଳ ପାଞ୍ଚଶହ ଟଙ୍କା ବଦଳାଇ ଦିଆଯିବ ନୂଆ ନୋଟ୍‌

Advertisment
ଏପ୍ରିଲ ୧ରୁ  ଚାଲିପାରେ ସବୁ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ

Image Courtesy of Hindustan Times

ମୁମ୍ବାଇ: ୨୦୦୬ ମସିହାରେ ଲୋକାଲ୍ ଟ୍ରେନ୍‌ରେ ଜଣେ ବ୍ୟକ୍ତି ହଜାଇ ଦେଇଥିବା ପର୍ସକୁ ୧୪ ବର୍ଷ ପରେ ପୁଲିସ ପାଇଛି। ହଜିବା ସମୟରେ ସେ ପର୍ସରେ ୯୦୦ ଟଙ୍କା ଥିଲା। ସେଥିରୁ କିଛି ଟଙ୍କା ମଧ୍ୟ ସେ ବ୍ୟକ୍ତିଙ୍କୁ ମଧ୍ୟ ଫେରାଇ ଦିଆଯାଇଛି।

ରବିବାର ଦିନ ଜଣେ ସରକାରୀ ରେଳବାଇ ପୁଲିସ କର୍ମଚାରୀ କହିଛନ୍ତି‌ ଯେ, ୨୦୦୬ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ରେ ପାନୱେଲ୍ ଲୋକାଲ୍‌ ଟ୍ରେନ୍‌ରେ ପର୍ସ ହରାଇ ଥିବା ସେ ବ୍ୟକ୍ତି ହେମନ୍ତ ପଦଲକର୍‌ ଯାତ୍ରା କରୁଥିଲେ। ତାଙ୍କ ପର୍ସ ଚୋରାଇଥିବା ବ୍ୟକ୍ତିଙ୍କୁ ଅନେକ ଦିନ ତଳେ ଗିରଫ କରାଯାଇଥିଲା।

ହରାଇଥିବା ପର୍ସ ସମ୍ବନ୍ଧରେ ଦୀର୍ଘ ବର୍ଷ ପରେ ପୁଲିସ ଠାରୁ ସୂଚନା ପାଇ ଆନନ୍ଦରେ ବିସ୍ମିତ ହୋଇଯାଇଥିବା ହେମନ୍ତ କହନ୍ତି, ଏ ବର୍ଷ ଏପ୍ରିଲ୍ ମାସରେ ସେ ୱାଶି ସରକାରୀ ରେଳବାଇ ପୁଲିସ ଠାରୁ ହଜିଥିବା ୱାଲେଟ୍‌ ମିଳିଛି ବୋଲି ସୂଚନା ପାଇଥିଲେ। କିନ୍ତୁ, କରୋନାଭାଇରସ୍ ଲକ୍‌ଡାଉନ୍‌ ଯୋଗୁଁ ସେ ଥାନାକୁ ଯାଇ ପର୍ସଟି ଆଣି ପାରି ନ ଥିଲେ।

publive-image Image Courtesy of Udayvani

କଟକଣା କୋହଳ ହେବା ପରେ ନୱି ମୁମ୍ବାଇର ଟାଉନ୍‌ସିପ୍ ପାଖ ପାନୱେଲ୍‌ବାସୀ ପଦଲକର ନିକଟରେ ୱାଶି ଜିଆର୍‌ପି ଅଫିସ୍‌କୁ ଯାଇଥିଲେ। ସେଠାରେ ତାଙ୍କୁ ହଜିଥିବା ପର୍ସ ଓ ସେଥିରେ ଥିବା ଟଙ୍କାରୁ କିଛି ଦିଆଯାଇଥିଲା।

ସେ କହନ୍ତି, ହଜିବା ସମୟରେ ମୋ ପର୍ସରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍‌ ସହ ୯୦୦ ଟଙ୍କା ଥିଲା, ଯେଉଁ ୫୦୦ ଟଙ୍କିଆ ୨୦୧୬ରେ ବିମୁଦ୍ରାୟନ ଯୋଗୁଁ ଅଚଳ ହୋଇଗଲା। ୱାଶି ଜିଆର୍‌ପି ମତେ ୩୦୦ ଟଙ୍କା ଦେଇଛନ୍ତି। ଷ୍ଟାମ୍ପ୍‌ ପେପର୍‌ ନିମନ୍ତେ ସେମାନ‌େ ୧୦୦ ଟଙ୍କା କାଟି ରଖି‌ଛନ୍ତି ଏବଂ କହିଛନ୍ତି ଯେ, ଅଚଳ ୫୦୦ ଟଙ୍କିଆଟିକୁ ବଦଳ କରାଯାଇ ନୂଆ ୫୦୦ ଟଙ୍କିଆ ଦିଆଯିବ।

ସେ ପୁଣି କହିଛନ୍ତି, ମୁଁ ଯାଇ ଜିଆର୍‌ପି ଅଫିସ୍‌ରେ ପହଞ୍ଚିବା ପରେ ଦେଖିଲି ଅନେକ ଲୋକ ଚୋରି ହୋଇଥିବା ସେମାନଙ୍କ ଟଙ୍କା ଫେରସ୍ତ ନେବାକୁ ଆସିଛନ୍ତି। ସେ ଟଙ୍କାରେ ଅଛି ବିମୁଦ୍ରାୟନଜନିତ ହଜାର ହଜାର ଅଚଳ ନୋଟ୍‌। ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, ସେମାନେ କେମିତି ତାହା ଫେରସ୍ତ ପାଇବେ?

ଟଙ୍କା ଫେରସ୍ତ ପାଇ ଖୁସି ବୋଲି କହନ୍ତି ପଦଲକର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe