ମନସୁଖ ହିରେନ ହତ୍ୟା ରହସ୍ୟ ଉପରୁ ହଟିଲା ପରଦା: ଫେସବୁକ ପୋଷ୍ଟ କରି ଏଭଳି ଦାବି କଲା ମହାରାଷ୍ଟ୍ର ଏଟିଏସ

ମନସୁଖ ହିରେନ ହତ୍ୟା ରହସ୍ୟ ଉପରୁ ହଟିଲା ପରଦା: ଫେସବୁକ ପୋଷ୍ଟ କରି ଏଭଳି ଦାବି କଲା ମହାରାଷ୍ଟ୍ର ଏଟିଏସ

indiatoday

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକ ମନସୁଖ ହିରେନ ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। ମନସୁଖ ହିରେନ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟିଛି ଏବଂ ଏହି ମାମଲାର ସମାଧାନ ହୋଇଛି ବୋଲି  ଦାବି କରିଛି ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍ ସ୍କ୍ବାଡ(ଏଟିଏସ)। କୌଣସି ବିସ୍ତୃତ ସୂଚନା ନଦେଇ ଫେସବୁକ ପୋଷ୍ଟ କରାଯାଇଥିବା ଦେଖାଯାଇଛି।

ଏଟିଏସର ଡିଆଇଜି ଶିବଦୀପ ଲାଣ୍ଡେ ଦାବି କରିଛନ୍ତି ଯେ, ମାନସୁଖ ହିରେନଙ୍କ ହତ୍ୟା ମାମଲାର ସମାଧାନ ହୋଇଛି। ଏନଆଇଏ ହିରେନଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପରେ ଡିଆଇଜି ଲାଣ୍ଡେଙ୍କ ଏକ ଫେସବୁକ ପୋଷ୍ଟ ଜରିଆରେ ଏହି ଘୋଷଣା କରିଛନ୍ତି।

publive-image opindia

ପୋଷ୍ଟରେ ଲେଖାଯାଇଛି ଯେ, ମାନସୁଖ ହିରେନଙ୍କ ହତ୍ୟା ମାମଲାର ସମାଧାନ ହୋଇଛି। ମୋର ସମସ୍ତ ଏଟିଏସ୍ ପୁଲିସ ଫୋର୍ସ ସହକର୍ମୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଏହି ମାମଲାର ଆଇନଗତ ସମାଧାନ ପାଇଁ ଦିନରାତି କାମ କରିଥିଲେ। ଏହି ମାମଲା ମୋ ପୁଲିସ କ୍ୟାରିୟରର ସବୁଠାରୁ ଜଟିଳ ମାମଲା ଥିଲା। ତେବେ ମନସୁଖଙ୍କୁ କିଏ ହତ୍ୟା କରିଥିଲା? ମୁଖ୍ୟ ଅଭିଯୁକ୍ତ କିଏ? ସେ ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି ଡିଆଇଜି ଶିବଦୀପ ଲାଣ୍ଡେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe