ମନସୁଖ ହିରେନ୍‌ ମୃତ୍ୟୁ ମାମଲା: ଭାଜେ ମୁଖ୍ୟ ଅଭିଯୁକ୍ତ, ମହାରାଷ୍ଟ୍ର ଏଟିଏସ୍‌ ହୋଟେଲ୍‌ରେ ରହିବାକୁ ନକଲି ଆଧାର କାର୍ଡ ବ୍ୟବହାର କରିଥିଲେ

Advertisment
ମନସୁଖ ହିରେନ୍‌ ମୃତ୍ୟୁ ମାମଲା: ଭାଜେ ମୁଖ୍ୟ ଅଭିଯୁକ୍ତ, ମହାରାଷ୍ଟ୍ର ଏଟିଏସ୍‌  ହୋଟେଲ୍‌ରେ ରହିବାକୁ ନକଲି ଆଧାର  କାର୍ଡ ବ୍ୟବହାର କରିଥିଲେ

Zee News

ନୂଆଦିଲ୍ଲୀ: ମୁ‌କେଶ ଅମ୍ବାନିଙ୍କ ଘର ବାହାରୁ ଜବତ ହୋଇଥିବା ସ୍କର୍ପିଓ ମା‌ଲିକ ମନସୁଖ୍‌ ହିରେନ୍‌ଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କବାଦ ନିରୋଧ ସ୍କ୍ବାଡ୍‌) ଆଜି ପୁଲିସ ଅଫିସର୍‌ ସଚିନ ଭାଜେଙ୍କୁ ମୁଖ୍ୟ ଅଭିଯୁକ୍ତ କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର ଏଟିଏସ୍‌ ଡିଜି ଜୟଜିତ ସିଂହ କହିଛନ୍ତି, ତାଙ୍କ ଟିମ୍‌ ହିରେନ୍‌ ମୃତ୍ୟୁ ମାମଲାର ଭା‌ଜେଙ୍କ ଭୂମିକା ଥିବା ପ୍ରମାଣ କରିବାପାଇଁ ବିଭିନ୍ନ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିଛି। ଏଟିଏସ୍‌ ଅନୁଯାୟୀ ହିରେନ୍‌ଙ୍କୁ ମାର୍ଚ୍ଚ ୪ ତାରିଖରେ ଏକ ଫୋନ୍‌ ଆସିଥିଲା। ଏହାପରେ ସେ ଘରୁ ବାହାରି ଯାଇଥିଲେ।

ଏକ ଚଳନ୍ତା ଗାଡ଼ିରେ ତାଙ୍କୁ ଆକ୍ରମଣ କରାଯାଇଥିବା ସ‌ନ୍ଦେହ କରାଯାଉଛି। ଆକ୍ରମଣ କରିବାପରେ ତାଙ୍କୁ ମୁମ୍ବ୍ରା‌ଇ କ୍ରିକ୍‌ରେ ଫୋପାଡ଼ି ଦିଆଯାଇଥିଲା। ସିଂହ କହିଛନ୍ତି, ଏହି ସମଗ୍ର କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ସିମ୍‌ କାର୍ଡ ବ୍ୟବହାର କରାଯାଇଥିଲା ଏବଂ ଏହି ସିମ୍‌ କାର୍ଡଗୁଡ଼ିକୁ ଏଟିଏସ୍‌ ପାଇଛି। ସଚିନ ଭାଜେ ମନସୁଖ୍‌ ହିରେନ୍‌ଙ୍କ ସ୍କର୍ପିଓ ଚୋରି ହେବାର ଦିନକ ପୂର୍ବରୁ ଏକ ମୁମ୍ବାଇ ହୋଟେଲ୍‌ରେ ରହିଥିଲେ। ତେବେ ହୋଟେଲ୍‌ରେ ରହିବାପାଇଁ ସେ ଏକ ନକଲି ଆଧାର କାର୍ଡର ବ୍ୟବହାର କରିଥିଲେ। ନକଲି ଆଧାର କାର୍ଡରେ ସେ ତାଙ୍କ ନାମ ଏସ୍‌. ସଦାଶିବ ଖମକାର ବୋଲି ଦର୍ଶାଇଥିଲେ ବୋଲି ଏଟିଏସ୍‌ ଡିଜି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe