ନିଜ ଦେଶକୁ ଫେରିଲେ ପ୍ୟାରିସ୍‌ ଅଲମ୍ପିକ୍ସରେ ଯୋଡ଼ା ପଦକ ଜିତିଥିବା ମନୁ ଭାକର

Advertisment
ନିଜ ଦେଶକୁ ଫେରିଲେ ପ୍ୟାରିସ୍‌ ଅଲମ୍ପିକ୍ସରେ ଯୋଡ଼ା ପଦକ ଜିତିଥିବା ମନୁ ଭାକର

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲମ୍ପିକ୍ସରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ସୁଟର୍‌ ମନୁ ଭାକର। ସେ ଦୁଇଟି ମେଡ଼ାଲ ସହ ସ୍ୱଦେଶକୁ ଫେରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ମହିଳା ସୁଟର ମନୁ ଭାକରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୨ଟି ପଦକ ଜିତି ସ୍ୱଦେଶ ଫେରିବା ପରେ ଫ୍ୟାନ୍ସ ମାନଙ୍କ ପକ୍ଷରୁ ମନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ।

ଏୟାରପୋର୍ଟରେ ମନୁଙ୍କ ସହ କୋଚ୍ ଯଶପାଲ ରାଣା ମଧ୍ୟ ନଜର ଆସିଛନ୍ତି । ଅଲିମ୍ପିକ ଉଦଯାପନୀ ଉତ୍ସବରେ ସାମିଲ ହେବାକୁ ରବିବାର ପୁଣିଥରେ ମନୁ ଭାକର ପ୍ୟାରିସ ଅଭିମୁଖେ ଯିବେ । ୨୨ ବର୍ଷୀୟ ମନୁ ପ୍ୟାରିସ ଅଲିମ୍ପିକ ସୁଟିଂ ବିଭାଗରେ ଦୁଇ ଦୁଇଟି ବ୍ରୋଞ୍ଜ୍ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

ମହିଳା ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୨୫ ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ତୃତୀୟ ପଦକରୁ ଅଳ୍ପକେ ବଞ୍ଚିତ ରହିଥିଲେ ମନୁ ।

୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବ‌ା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି। ଏମଧ୍ୟରେ ଭାରତକୁ ଗର୍ବିତ କରାଇଥିବା ମନୁଙ୍କର ଆଦର୍ଶ କିଏ, ତାହା ଏବେ ସାମ୍ନାକୁ ଆସିଛି। ରେଭ ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ମନୁ ତାଙ୍କର ଦୁଇ ପ୍ରିୟ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳି ବିରାଟ ବା ରୋହିତ ନୁହଁନ୍ତି ବରଂ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ଏବଂ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe