ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ପ୍ୟାରିସ ଅଲିମ୍ପିକ୍ସ ବିଜୟିନୀ ମନୁ

Advertisment

ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଭାରତକୁ ଫେରିଥିବା ମନୁଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଖେଳାଳି। କହିଲେ ‘ଏହି ପଦକ ମୋର ନୁହେଁ ଏହା ମୋ ଦେଶ ଭାରତର’।

ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଭାରତକୁ ଫେରିଥିବା ମନୁଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଖେଳାଳି। କହିଲେ ‘ଏହି ପଦକ ମୋର ନୁହେଁ ଏହା ମୋ ଦେଶ ଭାରତର’।

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ମନୁ ଭାକର ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି ।

ସ୍ବାଧୀନତା ପରେ ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି । ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି  ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ୟାରିସ‌ରୁ ଅଲିମ୍ପିକ୍ସ ବିଜୟିନୀ ହୋଇଫେରିଥିବା ମନୁଙ୍କୁ କିଛିଲୋକ ଟ୍ରୋଲ କରିଛନ୍ତି। ମନୁ କିଛିଦିନ ଚୁପ ରହିବା ପରେ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରତିଟି କାର୍ଯ୍ୟକ୍ରମରେ ମନୁ ପଦକ ଦେଖାଉଥିବାକୁ ନେଇ ଲୋକେ ସମାଲୋଚନା କରିଛନ୍ତି।

ଭାକର ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ମୁଁ ଯେଉଁ ଦୁଇଟି ପଦକ ଜିତିଛି ତାହା ଆପଣମାନେ ଭାବୁଛନ୍ତି କି ମୋର। ତାହା ମୋର ନୁହେଁ। ଜିତିଥିବା ପଦକ ହେଉଛି ମୋ ଦେଶ ଭାରତର। ମୋତେ କୌଣସି କାର୍ଯ୍ୟକ୍ରମକୁ ଡକାଗଲେ ଆଗରୁ ପଦକ ନେଇ ଆସିବାକୁ କୁହାଯାଇଥାଏ। ଆଉ ମୁଁ ଗର୍ବର ସହ ପଦକ ନେଇ କାର୍ଯ୍ୟକ୍ରମର ସାମିଲ ହୋଇଥାଏ।’

ମନଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେଇ କିଛିଲୋକ କହିଛନ୍ତି, ‘ଆପଣଙ୍କ ଭଳି ଭଦ୍ର ଲୋକଙ୍କୁ ଜଣାଇ ଦେବାକୁ ଚାହିଁବୁ କି ମନୁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ଭାରତର ‌ଖାତା ଖୋଲିଥିଲେ। ଆମର ଦେଶର ଝିଅ ବିଦେଶରେ ଭାରତର ନାମ ରଖିଛନ୍ତି। ଆପଣମାନେ ତାଙ୍କୁ ସମ୍ମାନ ଓ ସମର୍ଥନ କରିବା ବଦଳରେ ଟ୍ରୋଲ କରୁଛନ୍ତି। ଏପରି କିପରି କରି ପାରୁଛନ୍ତି। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ମନୁଙ୍କୁ ଟ୍ରୋଲ କରିବା ଆପଣଙ୍କୁ ବାଧା ଦେଉ ନାହିଁ। ଆପଣ ଦେଶର ନାଗରିକ ତ?’   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe