ଔପନ୍ୟାସିକା ମନୁ ଭଣ୍ଡାରିଙ୍କ ପରଲୋକ

Advertisment
ଔପନ୍ୟାସିକା ମନୁ ଭଣ୍ଡାରିଙ୍କ ପରଲୋକ

photo-fitnessfreak360

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟର ବିଶିଷ୍ଟ ଔପନ୍ୟାସିକା ମନୁ ଭଣ୍ଡାରିଙ୍କ ପରଲୋକ ସୋମବାର ଗୁରୁଗ୍ରାମର ଏକ ଡାକ୍ତରଖାନାରେ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସଂକ୍ରମଣ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ଝିଅ ତଥା କଥକ ନୃତ୍ୟଶିଳ୍ପୀ ରଚନା ଯାଦବ କହିଛନ୍ତି। ଭଣ୍ଡାରିଙ୍କ ମୃତ୍ୟୁରେ ଖ୍ୟାତନାମା ଲେଖକ, ସାମ୍ବାଦିକ ଏବଂ ସିନେ ତାରକା ଓ ରାଜନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ତାଙ୍କର ଅନେକ ଲେଖାକୁ ସିନେମା ରୂପ ଦିଆଯାଇଛି। ବିଶିଷ୍ଟ ନିର୍ଦ୍ଦେଶକ ବସୁ ଚାଟାର୍ଜୀ ଭଣ୍ଡାରୀ ତାଙ୍କ ଗଳ୍ପ ‘ୟେ ସଚ୍‌ ‌‌‌‌‌‌‌ହୈ’ ଉପରେ ୧୯୭୪ ମସିହାରେ ରଜନୀଗନ୍ଧା ସିନେମା କରି ସଫଳତା ହାସଲ କରିଥିଲେ। ତାଙ୍କ ଦ୍ବାରା ଲିଖିତ ମହାଭୋଜ ଉପନ୍ୟାସ ବହୁମାତ୍ରାରେ ପାଠକୀୟ ଆଦୃତି ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଉପନ୍ୟାସର ୩୨ ଥର ପ୍ରକାଶ ପାଇସାରିଛି। ‌‘ଏକ୍‌ କାହାଣୀ ହୈ’ ହେଉଛି ତାଙ୍କର ଆତ୍ମଜୀବନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe