ଅନେକ ଭଲ ସରକାରୀ ପଦକ୍ଷେପରେ ‘ରାଜନୀତିର ରଙ୍ଗ’ ବୋଳାଯାଉଛି: ମୋଦୀ

ଅନେକ ଭଲ ସରକାରୀ ପଦକ୍ଷେପରେ ‘ରାଜନୀତିର ରଙ୍ଗ’ ବୋଳାଯାଉଛି: ମୋଦୀ

livemint.com

ନୂଆଦିଲ୍ଲୀ: ନାଗରିକମାନଙ୍କ କଲ୍ୟାଣ ପାଇଁ ସରକାର ନେଉଥିବା ଅନେକ ପଦକ୍ଷେପରେ ‘ରାଜନୈତିକ ରଙ୍ଗ’ ବୋଳାଯାଉଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀଠାରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ ଓ ପାଞ୍ଚଟି ଭୂତଳ ରାସ୍ତା ଉଦ୍‌ଘାଟନ କରିବା ଅବସରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ ଗତବର୍ଷ ମଧ୍ୟ ତାଙ୍କ ପାଇଁ ଡିଫେନ୍ସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ଅବସର ଥିଲା। କିନ୍ତୁ ଦେଶର ଦୁର୍ଭାଗ୍ୟ ଯେ ଭଲ ଉଦ୍ଦେଶ୍ୟ ନେଇ କରାଯାଉଥିବା ଅନେକ ଭଲ କାମ ଦେହରେ ରାଜନୈତିକ ରଙ୍ଗ ବୋଳି ଦିଆଯାଉଛି। ଗତ କିଛିବର୍ଷ ହେଲା ସରକାରଙ୍କ ବଡ଼ ବଡ଼ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରାଯାଇ ଆସୁଛି।

ବର୍ତ୍ତମାନ ଅଗ୍ନିପଥ ଯୋଜନା ବିରୋଧରେ ସେମିତି ପ୍ରତିବାଦର ସ୍ବର ଉଠିଛି। କେତେକ ରାଜ୍ୟରେ ଏହାର ବିରୋଧରେ ରାସ୍ତା, ରେଳପଥ ଅବରୋଧ କରିବା ସହ ସରକାରୀ ସମ୍ପତ୍ତି ଓ ଟ୍ରେନ୍ ଆଦି ଜାଳି ଦିଆଯାଇଛି। ୨୦୧୯ରେ ସରକାର ନାଗରିକତା (ସଂଶୋଧନ) ଅଧିନିୟମ ଆଣିଲେ। ଏହା ବିରୋଧରେ ରାଜଧାନୀରେ ବ୍ୟାପକ ହିଂସା ହେଲା। ଗତବର୍ଷ ତିନିଟି ବିବାଦୀୟ କୃଷି ଆଇନକୁ ସରକାରଙ୍କୁ ପ୍ରତ୍ୟାହାର କରିବାକୁ ପଡ଼ିଲା। ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ କରିଡର ପ୍ରୋଜେକ୍ଟ ହେଉଛି ପ୍ରଗତି ମୈଦାନ ପୁନର୍ବିକାଶ ଯୋଜନାର ଏକ ଅବିଚ୍ଛେଦ୍ୟ ଅଂଶ। ଯାତ୍ରୀମାନଙ୍କୁ ଏକ ଜଟିଳ ଭୂତଳ ରାସ୍ତା ନିମନ୍ତେ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ସମସ୍ତ ବାଧାବିଘ୍ନ ସତ୍ତ୍ବେ ନବଭାରତ ଆଗେଇ ଚାଲିଛି ଓ ଚାଲିବ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe