ମହାରାଷ୍ଟ୍ରରେ ମାଓ ହମଲା : ଗଢଚିରୋଲୀରେ ଆଇଇଡି ବିସ୍ଫୋରଣରେ ୧୫ କମାଣ୍ଡୋ ସହିଦ

Advertisment
ମହାରାଷ୍ଟ୍ରରେ ମାଓ ହମଲା : ଗଢଚିରୋଲୀରେ ଆଇଇଡି ବିସ୍ଫୋରଣରେ ୧୫ କମାଣ୍ଡୋ ସହିଦ

ani

ମୁମ୍ବାଇ:  ମହାରାଷ୍ଟ୍ରର ଗଢଚିରୋଲୀଠାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ସହିଦ୍ ହୋଇଛନ୍ତି । ମାଓବାଦୀ  ସି-୬୦ କମାଣ୍ଡୋ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ସି-୬୦ କମାଣ୍ଡୋ ଟିମ୍ ଉପରେ ନକ୍ସଲମାନେ ଏହି ଆକ୍ରମଣ କୁରଖେଡା-କୋରଚୀ ରାସ୍ତାରେ କରିଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବନିମୟ ଚାଲୁ ରହିଛି । ପ୍ରଥମେ ୧୦ ଜଣ କମାଣ୍ଡୋ ଆହତ ହେବାର ଖବର ଆସିଥିଲେ ହେଁ ବର୍ତ୍ତମାନ ୧୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି । ତେବେ ୧୬ ଜଣିଆ ସୁରକ୍ଷାକର୍ମୀଙ୍କ ଟିମ୍ ଯାଉଥିବା ଗାଡ଼ିକୁ ନକ୍ସଲ ଟାର୍ଗେଟ୍ କରିଥିଲେ ।

ବିଗତ ୨ ବର୍ଷ ପରେ ସି-୬୦ କମାଣ୍ଡୋ ଟିମଙ୍କ ଉପରେ ଏଭଳି ନକ୍ସଲମାନେ ଆକ୍ରମଣ କରିଛନ୍ତି । ଏହାପୂର୍ବରୁ ଗତବର୍ଷ ଏପ୍ରିଲ୍ ମାସରେ ଗଢଚିରୋଲୀଠାରେ ଏକ ବଡ ଏନକାଉଣ୍ଟରରେ ସୁରକ୍ଷାବଳ ୪୦ ଜଣ ନକ୍ସଲଙ୍କୁ ମାରି ଗଡାଇଥିଲେ । ତେବେ ଗତଥର ଠାରୁ ଏହି ଆକ୍ରମଣକୁ ବଡ କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe