୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ସମାଧାନ

Advertisment
୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ସମାଧାନ

ନୂଆଦିଲ୍ଲୀ: ଦେଶରେ ୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ଅନ୍ତ ଘଟାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଳକ୍ଷ୍ୟ ଧାର୍ଯ୍ୟ କରିଛି। ୨୦୧୭ରେ ଦେଶରେ ୮୫୧ଟି ମାଓ ହିଂସା ଘଟଣା ଘଟିଥିଲା ଏବଂ ଏଥିରେ ୨୨୫ ଜଣ ଲୋକଙ୍କୁ ମୃତ୍ୟୁ ଘଟିଥିଲା। ୨୦୧୭ରେ ଡିସେମ୍ବର ୧୫ ସୁଦ୍ଧା ୭୫ ଜଣ ଯବାନ ମାଓ ହିଂସାରେ ପ୍ରାଣ ହରାଇଥିବା ନୀତି ଆୟୋଗ ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେହିଭଳି ୨୦୧୭, ଡିସେମ୍ବର ୧୫ ସୁଦ୍ଧା ୬୬୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ୨୦୨୦ ସୁଦ୍ଧା ଦେଶରୁ ମାଓ ସମସ୍ୟାର ମୂଳୋତ୍ପାଟନ ପାଇଁ ଏବେ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତତୁର ନେତୃତ୍ୱ, ଆକ୍ମଣାତ୍ମକ ନୀତି, ପ୍ରେରଣା ଓ ପ୍ରଶିକ୍ଷଣ, ସକ୍ରିୟ ଗୁଇନ୍ଦା ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟାର ସୁବିନିଯୋଗରେ ମାଓ ହିଂସା ଶେଷ କରବାକୁ ଯୋଜନା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe