୨୬ରେ ମାଓ ଦମନ ବୈଠକ, ଓଡ଼ିଶା ସ‌ମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ

୨୬ରେ ମାଓ ଦମନ ବୈଠକ, ଓଡ଼ିଶା ସ‌ମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ

Deccan Herald

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ରେ ମାଓଦମନ ଉପରେ ଏକ ବୈଠକ ବ‌ସିବ। ବୈଠକ‌ରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ଦଶଟି ମାଓ ଉପଦ୍ରୁତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନି‌ର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଯୋଗଦେବେ। ବୈଠକରେ ମାଓ ଦମନ ଲାଗି ନିଆଯାଇଥିବା ପଦକ୍ଷେପ ତଥା ଭବିଷ୍ୟତ ଯୋଜନା ସଂପର୍କରେ ୧୦ ରାଜ୍ୟ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ମାଓ ପ୍ରବଣ ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକାଶ, ସଡ଼କ ଯୋଗାଯୋଗ, ମୋବାଇଲ୍‌ ଟାୱାର ସ୍ଥାପନ ଭଳି ପ୍ରସଙ୍ଗ ଉପରେ ସୂଚନା ହାସଲ କରାଯିବ। ବୈଠକରେ ମାଓ ଦମନ ଅଭିଯାନ ନେଇ ଭବିଷ୍ୟତ ରଣନୀତି ସଂପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିଚାରବିମର୍ଶ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe