ଲେକ୍‌ଚରର୍‌ ହେବା ପାଇଁ ଜେଲ୍‌ରେ ପରୀକ୍ଷା ଦେଲେ ମାଓବାଦୀ

କନ୍ଧମାଳରେ ପୁଲିସ-ମାଓବାଦୀ ଗୁଳିବିନିମୟ : ୨ ମାଓବାଦୀ ନିହତ

ସାଂକେତିକ ଚିତ୍ର

କୋଲ୍‌କାତା: ‘ଅନ୍‌ ଲଅଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌’ ବଳରେ ଗିରଫ ହୋଇ ସମ୍ପ୍ରତି ‘ପ୍ରେସିଡେନ୍‌ସି କରେକ୍‌ସ୍‌ନାଲ୍‌ ହୋମ୍‌’ରେ ରହିଥିବା ଜଣେ ମାଓବାଦୀ ରବିବାର ଦିନ ‘ଷ୍ଟେଟ୍‌ ଲେବେଲ୍‌ ଇଲିଜିବିଲିଟି ଟେଷ୍ଟ୍‍’ ପରୀକ୍ଷା ଦେଇଛନ୍ତି।

‘ଷ୍ଟେଟ୍‌ ଲେବେଲ୍‌ ଇଲିଜିବିଲିଟି ଟେଷ୍ଟ୍‍’ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନଙ୍କୁ ସରକାରୀ କଲେଜଗୁଡ଼ିକରେ ହସକାରୀ ପ୍ରଧ୍ୟାପକ ଭାବେ ନିଯୁକ୍ତି ମିଳେ।

ବେଆଇନ୍‌ ଘୋଷିତ ‘ସିପିଆଇ’ର (ମାଓଇଷ୍ଟ୍‍) ପୂର୍ବତନ ସଦସ୍ୟ ଏହି ପରୀକ୍ଷାର୍ଥୀ ଅର୍ଣ୍ଣବ ଦାମ୍‌ ୨୦୧୨ରେ ଗିରଫ ହୋଇଥିଲେ। ୨୦୧୦ରେ ‘ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର୍‌ ରାଇଫଲ୍‌’ର ସିଆଦା କ୍ୟାମ୍ପ୍‌ ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ଜଣେ ଅବସରପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ପୁଅ ୪୦ ବର୍ଷିୟ ଅର୍ଣ୍ଣବ ଆଇଆଇଟି-ଖଡ଼ଗପୁରରୁ ବହିଷ୍କୃତ ହେବା ପରେ ୧୯୯୮ରେ ମାଓବାଦୀଙ୍କ ସହ ଯୋଗ ଦେଇଥିଲେ।

ଜେଲ୍‌ରେ ଥାଇ ସେ ଇତିହାସରେ ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ଦେଇଥିଲେ ବୋଲି କରେକ୍‌ସ୍‌ନାଲ୍‌ ହୋମ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଭୟ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପିଏଚ୍‌ଡି ନିମନ୍ତେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଆବେଦନ କରିଛନ୍ତି।
ପୁରୁଲିଆ ଏବଂ ଝାଡ଼ଖଣ୍ଡ ସହ ଲାଗିଥିବା ରାଜ୍ୟ ସୀମାନ୍ତରେ ଅର୍ଣ୍ଣବ ଖୁବ୍‌ ସକ୍ରିୟ ଥିଲେ।

ଖୁବ୍‌ ଶୀଘ୍ର ସେ କୋଟେଶ୍ୱର ରାଓ ଓରଫ୍‌ କିଷେଜୀଙ୍କର ଘନିଷ୍ଠ ହୋଇ ପାରିଥିଲେ। ୨୦୧୧ରେ କିଷେନ୍‌ଜୀ ନିହତ ହେବା ପରେ ଅର୍ଣ୍ଣବ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନଙ୍କୁ ପୁନଃସଂଗଠିତ କଲେ।

ତାଙ୍କ ବିରୋଧରେ ଥିବା ୩୧ଟି ମାମଲାରୁ ଅଧିକାଂଶ ମାମଲାରେ ଅର୍ଣ୍ଣବଙ୍କୁ ଦୋଷମୁକ୍ତ କରାଯାଇଛି କିଂବା ଜାମିନ ମିଳିଛି ବୋଲି ତାଙ୍କ ଓକିଲ ଅଜୟ ଘୋଷ କହିଛନ୍ତି।

ସିଆଲ୍‌ଦା ଆକ୍ରମଣ ଘଟନାରେ ତାଙ୍କୁ ଜାମିନ ମିଳିନାହିଁ। ସେଥିପାଇଁ ତାଙ୍କୁ ‘ୟୁଏପିଏ’ ଆଇନ୍‌ ବଳରେ ବୁକ୍‌ କରାଯାଇଛି।

ତାଙ୍କର ମାଆ କହନ୍ତି: ମୋର ଆଶା ସେ ପରୀକ୍ଷାରେ ଭଲ କରିବ। ମୁଁ ଠାକୁରଙ୍କୁ ଡାକୁଛି। ଅର୍ଣ୍ଣବ ଜଣେ ମେଧାବୀ ଛାତ୍ର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe