Image Courtesy of TOI
ରାୟପୁର: ଅତର୍କିତ ଆକ୍ରମଣ କରି ୨୨ଜଣ ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରିବାର ଦୁଇ ସପ୍ତାହ ପରେ ବସ୍ତର ଡିଭିଜନ୍ରେ ଗତ ତିନି ଦିନରେ ମାଓବାଦୀମାନେ ଡିୟୁଟିରେ ନ ଥିବା ୨ଜଣ ପୁଲିସ ଓ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ସୁକୁମାର ଏକ ବାଲି ରାସ୍ତାରୁ ସହକାରୀ କନେଷ୍ଟବଳ ଧନୀରାମ କଶ୍ୟପ ଏବଂ ପୁନେମ୍ ହାଦମାଙ୍କ ଶବ ମିଳିଥିଲା। ଘଟଣାସ୍ଥଳ ଥିଲା ସେମାନେ ନିଯୁକ୍ତି ପାଇଥିବା ଭେଜି ଥାନା ଠାରୁ ମାତ୍ର ୫୦୦ ମିଟର ଦୂର। ମୋଟର୍ସାଇକେଲ୍ରୁ ଓହ୍ଲାଇ ଟାଣି ନିଆଯିବା ପରେ ସେମାନଙ୍କ ଗଳା କାଟି ହତ୍ୟା କରାଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
Image Courtesy of India TV Newsଘଟଣାଟି ବ୍ୟକ୍ତିଗତ ଶତ୍ରୁତା ବୋଲି ପ୍ରଥମେ ପୁଲିସ ସନ୍ଦେହ କରୁଥିଲା। କିନ୍ତୁ, ତଦନ୍ତରୁ ସୂଚନା ମିଳିଲା ଯେ, ମାଓବାଦୀମାନେ ସେମାନଙ୍କୁ ହତ୍ୟା କରିଛନ୍ତି। ଆକ୍ରମଣର ସରବ୍ୟ ହେବା ବେଳେ ଉଭୟ ସାଦା ପୋଷାକ ପିନ୍ଧିଥିଲେ ଏବଂ ଘର ନିମନ୍ତେ ସଉଦାପତ୍ର ଖରିଦ କରିବାକୁ ଯାଉଥିଲେ।
ଏହା ବ୍ୟତିରେକେ, ନିହତ ୩ ଗ୍ରାମବାସୀଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ଆସିନାହିଁ।
Follow Us