ନକଲି ଆଧାରକାର୍ଡ଼ ଦେଖାଇ ଯୁବତୀଙ୍କୁ ବିବାହ କରିବା ପରେ ଜବରଦସ୍ତ କରାଇଦେଲେ ଧର୍ମ ପରିବର୍ତ୍ତନ

ନକଲି ଆଧାରକାର୍ଡ଼ ଦେଖାଇ ଯୁବତୀଙ୍କୁ ବିବାହ କରିବା ପରେ ଜବରଦସ୍ତ କରାଇଦେଲେ ଧର୍ମ ପରିବର୍ତ୍ତନ

photo-live hindustan

ନୂଆଦିଲ୍ଲୀ: ନକଲି ଆଧାରକାର୍ଡ଼ ଦେଖି ବିଶ୍ୱାସ ଜନ୍ମାଇଲେ ଓ ପରେ ବିବାହ ମଧ୍ୟ କଲେ | ଏହା ପରେ ଦେଖାଇଲେ ନିଜର ଅସଲ ରୂପ | ଯୁବତୀଙ୍କ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଇଲେ | ଶେଷରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଗିରଫ କଲା | ଆଉ ଏବେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି | ମିଛ ପରିଚୟ ଓ ଦୁଇ ଥର ବିବାହ ସହ ପ୍ରତାରଣାର ଏମିତି ଏକ କାହାଣୀ ଦିଲ୍ଲୀରୁ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାହୁଲ ଶର୍ମା ନାମରେ ଥିବା ଆଧାର କାର୍ଡ ଦେଖାଇ ଅଭିଯୁକ୍ତ ଜଣକ ତାଙ୍କୁ ୨୦୧୦ ମସିହାରେ ଏକ ମନ୍ଦିରରେ ବିବାହ କରିଥିଲେ, କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ସେ ଜଣେ ମୁସଲମାନ। ତାଙ୍କର ପ୍ରକୃତ ନାମ ଥିଲା ନୁରେନ୍ | ସାମାଜିକ ଉପହାସକୁ ଭୟ କରି ସେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ଆଉ ଯାହାର ଫାଇଦା ଉଠାଇ ନୁରେନ, ଯୁବତୀଙ୍କୁ ଇସଲାମ ପରମ୍ପରା ଅନୁଯାୟୀ ବିବାହ କରିବାକୁ କହିଥିଲେ |

ନିଜ ସନ୍ତାନର ଭବିଷ୍ୟତକୁ ଦୃଷ୍ଟିରେ ରଖି ଇସଲାମ ପରମ୍ପରା ଅନୁଯାୟୀ ପୁଣି ଥରେ ବିବାହ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କ ବ୍ୟବହାର ବଦଳିଯାଇଥିଲା | ସେ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାରିଦେବାକୁ ଧମକ ଦେଇଥିଲେ | ଆଉ ଯେତେବେଳେ ଯୁବତୀ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ହିନ୍ଦୁ ଝିଅ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ମିଛରେ ଫସେଇ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି | ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ |

ଆଉ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର କରି ମେଟ୍ରୋପଲିଟାନ କୋର୍ଟ ମାଜିଷ୍ଟ୍ରେଟ ଜିତେନ୍ଦ୍ର ପ୍ରତାପ ସିଂ କହିଛନ୍ତି ଯେ ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ତା’ପରେ ନିଜ ସନ୍ତାନର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଚାପରେ ଇସଲାମ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଅଭିଯୁକ୍ତଜଣକ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ମହିଳାଙ୍କୁ ପ୍ରତାରଣା କରିଛନ୍ତି | ଯଦି ତାଙ୍କୁ ଜାମିନରେ ମୁକ୍ତ କରାଯାଏ, ତେବେ ଅଭିଯୁକ୍ତ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ମେଟ୍ରୋପଲିଟାନ କୋର୍ଟ ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ଥାନାଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେ କହିଛନ୍ତି ଯେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ରୁ ନକଲି ଆଧାର କାର୍ଡ ସମ୍ପର୍କରେ ସ୍ଥାନୀୟ ପୁଲିସ ତଦନ୍ତ ଉଚିତ। ନକଲି ଆଧାର କାର୍ଡ ତିଆରି କରିବା ଏକ ଗୁରୁତର ପ୍ରସଙ୍ଗ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe