ତେଜିଲା ମରାଠା ସଂରକ୍ଷଣ ଆନ୍ଦୋଳନ; ଆସନ୍ତାକାଲି ମୁମ୍ବାଇ ବନ୍ଦ

Advertisment
ତେଜିଲା ମରାଠା ସଂରକ୍ଷଣ ଆନ୍ଦୋଳନ; ଆସନ୍ତାକାଲି ମୁମ୍ବାଇ ବନ୍ଦ

ମୁମ୍ବାଇ: ମରାଠା ଆରକ୍ଷଣକୁ ନେଇ ଚାଲିଥିବା ବିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ମରାଠା କ୍ରାନ୍ତି ସମାଜ ବୁଧବାର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଥାନେ, ନବି ମୁମ୍ବାଇ, ରାୟଗଡ଼, ଆଦିରେ ଲାଗୁ ହେବ। ଏହି ବନ୍ଦରେ ସ୍କୁଲ୍‌, କଲେଜ ସାମିଲ୍‌ ହେବ ନାହିଁ।

ଏ ସଂପର୍କରେ ମଙ୍ଗଳବାର ମରାଠା କ୍ରାନ୍ତି ସମାଜ ପକ୍ଷରୁ କୁହାଯାଇଛି ଯେ ‘ଆମେ କାଲି ଏକ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେବୁ। ଆସନ୍ତା କାଲି ଥାନେ, ନବି ମୁମ୍ବାଇ, ରାୟଗଡ଼ ବନ୍ଦ ରହିବ। ସ୍କୁଲ୍‌ ଓ କଲେଜ୍‌ ଆମ ବନ୍ଦରେ ସାମିଲ୍‌ ହେବ ନାହିଁ। କାହିଁକି ନାଁ, ଆମେ କାହାକୁ ହଇରାଣ କରିବାକୁ ଚାହୁଁନାହୁଁ।’

ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ସୁଭାଷ ଦେଶାଇ କହିଛନ୍ତି, ‘ମରାଠା ଆରକ୍ଷଣରେ ବିଳମ୍ବ ହେଉଛି। ନ୍ୟାୟାଳୟ ଏହାକୁ ନେଇ କିପରି ପ୍ରତିକ୍ରିୟା ରଖିବେ ତାହାକୁ ଧ୍ୟାନରେ ରଖିବା ଉଚିତ। ଶିବସେନା ମରାଠା ଆରକ୍ଷଣକୁ ସମର୍ଥନ କରୁଛି। ଯେଉଁମାନେ ସମାଧାନ କରିବାକୁ ମରାଠା ଆରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଗକୁ ଆସନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe