ମରାଠା ସଂରକ୍ଷଣ ଦାବିରେ ହୋଇଥିବା ହିଂସାରେ ଆହତ ଆନ୍ଦେଳନକାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୁତ୍ୟୁ

Advertisment
ମରାଠା ସଂରକ୍ଷଣ ଦାବିରେ ହୋଇଥିବା ହିଂସାରେ ଆହତ ଆନ୍ଦେଳନକାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୁତ୍ୟୁ

ମୁମ୍ବାଇ: ମରାଠା ସଂରକ୍ଷଣ ଦାବିରେ ନଭି ମୁମ୍ବାଇରେ ଚାଲିଥିବା ଅନ୍ଦୋଳନ କାଳରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇଥିବା ଜଣେ ଆନ୍ଦୋଳନକାରୀଙ୍କର ଆଜି ସରକାରୀ ଜେ ଜେ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଜେ ଜେ ହସ୍ପିଟାଲର ଡିନ୍‌ ଡା. ମୁକୁନ୍ଦ ତାୟାଡ଼େ ଗଣମାଧ୍ୟମକୁ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ ବୁଧବାର ଦିନ ଘଟିଥିବା ହିଂସାକାଣ୍ଡରେ ୨୫ ବର୍ଷ ବୟସ୍କ ରୋହନ୍‌ ତୋଡକର୍‌ଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଏକାଧିକ କ୍ଷତ ସୃଷ୍ଟି ହୋଇଥିଲା। ଗୁରୁବାର ତାଙ୍କୁ ଚିକିତ୍ସା ପାଇଁ ଜେ ଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କୁ ଆଇସିୟୁରେ ରକ୍ଷାଯାଇ ଚିକିତ୍ସା କରାଯାଉଥିଲା। ତେବେ, ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମରାଠା ସଂରକ୍ଷଣ ଦାବୀରେ ନଭି ମୁମ୍ବାଇରେ ଗତ ବୁଧବାର ଦିନ ଚାଲିଥିବା ଅନ୍ଦୋଳନ କାଳରେ ଘଟିଥିବା ହିଂସାକାଣ୍ଡରେ ୮ ଜଣ ପୁଲିସ୍‌ ଅଧିକାରୀଙ୍କ ସମେତ ୨୦ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀମାନେ ପ୍ରବଳ ମାତ୍ରାରେ ଟେକା ପଥର ମାଡ଼ କରି ଅନେକ ପୁଲିସ୍‌ କର୍ମଚାରୀଙ୍କୁ ଆହତ କରିବା ସହ ପ୍ରାୟ ୧୫୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ପକ୍ଷରୁ ଲାଠି ଚାଳନା ସହ ଫାଙ୍କା ଗୁଳିଚାଳନା ପରେ ବି ହିଂସା ନ ଥମିବାରୁ ଶେଷରେ ପୁଲିସ୍‌ ପକ୍ଷରୁ ଆନ୍ଦେଳନକାରୀଙ୍କ ଉପରେ ରବର ଗୁଳି ମାଡ଼ କରାଯାଇଥିଲା। ଏଥିରେ ୯ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe