ମୁଁ କଥା ଦେଉଛି, ଫୋନ୍ ଠିକ କରିଦେଲେ ବି ବିଜେପି ଓ ବିଜେଡି ସାଂସଦମାନଙ୍କ ସହ କଥା ହେବି ନାହିଁ: ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ

ମୁଁ କଥା ଦେଉଛି, ଫୋନ୍ ଠିକ କରିଦେଲେ ବି ବିଜେପି ଓ ବିଜେଡି ସାଂସଦମାନଙ୍କ ସହ କଥା ହେବି ନାହିଁ: ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗାରେଟ ଆଲଭା ତାଙ୍କ ସମର୍ଥନ ପାଇଁ ସମସ୍ତ ଦଳର ନେତାଙ୍କଠାରୁ ସହାୟତା ଲୋଡିଛନ୍ତି ଏବଂ ଏଥିପାଇଁ ସେ ଫୋନରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି। ଏହି ଘଟଣାକ୍ରମରେ ସେ ଆଶ୍ଚର୍ଯ୍ୟ କଲା ଭଳି ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ କିଛି ବିଜେପି ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କର ସମସ୍ତ କଲକୁ ଡାଏଭର୍ଟ କରାଯାଇଛି । ସେ କାହାକୁ କଲ୍ କରିବାକୁ କିମ୍ବା କାହାଠାରୁ କଲ୍ ରିସିଭ କରିବାକୁ ସକ୍ଷମ ହେଉନାହାନ୍ତି | ବାସ୍ତବରେ ତାଙ୍କର ଏକ ଟ୍ୱିଟରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା ଲେଖିଛନ୍ତି ଯେ ବିଜେପିର କିଛି ବନ୍ଧୁଙ୍କ ସହ କଥା ହେବା ପରେ ତାଙ୍କର ସମସ୍ତ ଫୋନ୍ କଲ୍ ବଦଳାଇ(ଡାୟଭର୍ଟ) କରି ଦିଆଯାଇଛି।

ବର୍ତ୍ତମାନ ସେ କାହାକୁ କଲ କରିବାକୁ ସକ୍ଷମ ହେଉନାହାନ୍ତି । ଏଥିପାଇଁ ସେ ଏମଟିଏନଏଲ ଏବଂ ବିଏସଏନଏଲକୁ ଟ୍ୟାଗ୍ କରିଛନ୍ତି ଏବଂ କହିଛନ୍ତି ଯେ ଯଦି ତାଙ୍କ ଫୋନକୁ ଠିକ କରିଦିଆଯାଏ, ତେବେ ସେ ପ୍ରତିଜ୍ଞା କରୁଛନ୍ତି ଯେ ବିଜେପି, ଟିଏମସି କିମ୍ବା ବିଜେଡିର କୌଣସି ସାଂସଦଙ୍କୁ କଲ କରିବେ ନାହିଁ । ବାସ୍ତବରେ କୁହାଯାଉଛି ଯେ ମାର୍ଗାରେଟ ଆଲଭା ସାଇବର ଠକେଇର ଶିକାର ହୋଇଛନ୍ତି।


ଯାହାକୁ ନେଇ ଦିଲ୍ଲୀ ପୁଲିସ ମଧ୍ୟ ୧୯ ଜୁଲାଇରେ ଟ୍ୱିଟରରେ ଚେତାବନୀ ଦେଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ମାର୍ଗାରେଟଙ୍କ ଅଭିଯୋଗ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ ଆଲଭାଙ୍କ ଫୋନ୍ ଟ୍ୟାପ୍ ହୋଇଥିବାର ଅଭିଯୋଗ ଠିକ ନୁହେଁ | କଂଗ୍ରେସ ଏଭଳି ଅଭିଯୋଗ ଜାରି ରଖିଛି। ଆମ ସରକାରରେ ଏଭଳି କୌଣସି କାର୍ଯ୍ୟ ହୁଏ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe