Image Courtesy of India Today
ନୂଆଦିଲ୍ଲୀ: ଆଜି ପ୍ରତି ଅଧଘଣ୍ଟା ଅନ୍ତରରେ ମାରିଉପୋଲ୍ରେ ବୋମା ପଡୁଥିବାରୁ ନଗରୀର ପରସ୍ଥିତି ଖୁବ୍ ଜଟିଳ ହୋଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ନେକ୍ଷ୍ଟା ଟିଭି’ କହିଛି। ସହରର ମେୟର୍ ବୋୟଚେଙ୍କୋ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସୈନିକମାନେ ନିଷିଦ୍ଧ କରାଯାଇଥିବା ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛନ୍ତି।
ଏହାଛଡ଼ା, ଆବାସିକ ଅଞ୍ଚଳଗୁଡ଼ିକୁ ଲକ୍ଷ୍ୟ କରି ରୁଷ୍ ବିମାନ ସବୁ ବୋମା ବର୍ଷଣ କରୁଛନ୍ତି ବୋଲି ସେ କହିଛନ୍ତି।
ସେହିପରି, ଆଜି ସକାଳ ୬.୧୦ରେ ଦିନିପ୍ରୋ ନଗରୀରେ ତିନିଥର ବିମାନ ଆକ୍ରମଣ କରାଯାଇଛି। ଏହି ବିମାନ ଆକ୍ରମଣରେ ଗୋଟାଏ କିଣ୍ଡର୍ଗାର୍ଡେନ୍ ନିକଟ ଅଞ୍ଚଳ, ଗୋଟାଏ ଆପାର୍ଟମେଣ୍ଟ୍ ଅଟ୍ଟାଳିକା ଏବଂ ଗୋଟାଏ ୨ ମହଲା ଜୋତା କାରଖାନା କ୍ଷତିଗ୍ରସ୍ତ ହୋଇଥିବା କଥା ‘ନେକ୍ଷ୍ଟା ଟିଭି’ କହିଛି। ବିମାନ ଆକ୍ରମଣ ଯୋଗୁଁ ପ୍ରଚଣ୍ଡ ବିସ୍ଫୋରଣ ପରେ ନିଆଁ ଜଳି ଉଠିଛି। ଦମକଳ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।
Image Courtesy of India Todayୟୁକ୍ରେନୀୟ ନଗରୀ ଇଭାନୋ-ଫ୍ରାଙ୍କିଭ୍କ୍ ଆକାଶରେ ମଧ୍ୟ ପ୍ରକାଣ୍ଡ ଧୂଆଁ କୁଣ୍ଡଳୀ ଦେଖାଯାଉଥିବା ‘ନେକ୍ଷ୍ଟା ଟିଭି’ ସୂଚନା ଦେଇଛି।
ଚେର୍ଣ୍ଣିହିଭ୍ ଆଞ୍ଚଳିକ ରାଜ୍ୟ ପ୍ରଶାସନର ମୁଖ୍ୟ ମଧ୍ୟ କହିଛନ୍ତି ଯେ, ରୁଷୀୟ ସେନା ଆକ୍ରମଣ ସମୟରେ ୟୁରି ଗାଗାରିନ୍ ଷ୍ଟାଡିୟମ୍ ନଷ୍ଟ ହୋଇଯାଇଛି। ପାଠାଗାର ଅଟ୍ଟାଳିକାଟି ବି କ୍ଷତିଗ୍ରସ୍ତ ହୋଇଛି। ରୁଷୀୟ ସେନା ‘ୱାଟର୍ ସପ୍ଲାଇ ନେଟ୍ୱାର୍କ’ ଉପରେ ବୋମାମାଡ଼ କରିବାରୁ ଚେର୍ଣ୍ଣିହିଭ୍ ନଗରୀରେ ଜଳଯୋଗାଣ ବ୍ୟାହତ ହୋଇଛି।
ୟୁକ୍ରେନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷିତ ରହିବେ ବିଚାରି କିବ୍ ପରିତ୍ୟାଗ କରିଥିବା ଏକ ପରିବାରକୁ ଆଜି ମାର୍ଖାଲିଭ୍କା ଗାଁରେ ହତ୍ୟା କରାଯାଇଛି। ରୁଷୀୟ ଆକ୍ରମଣରୁ ସେ ପରିବାରର ଜଣେ ପୁରୁଷ ଏବଂ ତାଙ୍କ ବିରାଡ଼ି ରକ୍ଷା ପାଇଯାଇଛନ୍ତି। ରୁଷ୍ ନିକ୍ଷେପ କରିଥିବା ରକେଟ୍ ୧୨ଜଣ ପାରିବାରିକ ସଦସ୍ୟ ବାସ କରୁଥିବା ତାଙ୍କ ଘର ଉପରେ ପଡ଼ିଥିଲା।
Follow Us