ରୁଷର ପୂର୍ଣ୍ଣ ନିୟନ୍ତ୍ରଣରେ ମାରିୟୁପୋଲ୍‌: ୟୁକ୍ରେନ୍‌ ସୈନିକଙ୍କୁ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ଅବଧି ଶେଷ

Advertisment
ରୁଷର ପୂର୍ଣ୍ଣ ନିୟନ୍ତ୍ରଣରେ ମାରିୟୁପୋଲ୍‌: ୟୁକ୍ରେନ୍‌ ସୈନିକଙ୍କୁ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ଅବଧି ଶେଷ

Bangkok Post

କିବ୍‌: ରୁଷ୍‌ ସେନା ୟୁକ୍ରେନ୍‌ର ଗୁରୁତ୍ବପୂର୍ଣ୍ଣ ବନ୍ଦର ନଗରୀ ମାରିୟୁପୋଲ୍‌କୁ ସଂପୂର୍ଣ୍ଣ ଛାରଖାର କରିବା ପରେ ଗତରାତିରେ ଏହାର ନିୟନ୍ତ୍ରଣକୁ ନିଜ ହାତକୁ ନେଇଛି । ୟୁକ୍ରେନ୍‌ ସେନାର ଶେଷ ବାହିନୀ ଏଠାରେ ଏକ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୁଷ୍‌ ସେନା ବି‌ରୋଧରେ ଜୋର୍‌ଦାର ଲଢ଼େଇ କରିଥିଲେ ଏବଂ ସେମାନେ ଅଧିକ ସମୟ ତିଷ୍ଠି ପାରିନାହାନ୍ତି। ୬ ସପ୍ତାହର ଭୀଷର ଯୁଦ୍ଧ ପରେ ମାରିୟୁପୋଲ୍‌ ରୁଷ୍‌ ନିୟନ୍ତ୍ରଣକୁ ଯାଇଛି । ଏବେ ପୂର୍ବ ୟୁକ୍ରେନ୍‌ର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ କବ୍‌ଜା କରିବା ପାଇଁ ରୁଷ୍‌ ସେନାର ଅଭିଯାନ ତ୍ବରାନ୍ବିତ ହୋଇଛି। ମାରିୟୁପୋଲରେ ରୁଷ୍‌ ସେନା ସବୁକିଛି ନଷ୍ଟ କରିଦେଇଛି ଏବଂ ୟୁକ୍ରେନ୍‌ ସୈନିକଙ୍କୁ ଜୀବିତ ଛାଡ଼ିବାକୁ ଚାହୁନାହିଁ ବୋଲି ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି। ମାରିୟୁପୋଲ୍‌ର କୌଣସି ଗୋଟିଏ ବି ଜନବସତି ଅଞ୍ଚଳ ରୁଷ୍‌ ଆକ୍ରମଣରୁ ବର୍ତ୍ତି ନାହିଁ। ସହରର ପ୍ରମୁଖ ଆବାସିକ ଅଂଚଳରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସବୁକିଛି ବରବାଦ ହୋଇଯାଇଛି। ମାରିୟୁପୋଲ୍‌ରେ ଏବେ ୟୁକ୍ରେନ୍‌ର ଯେଉଁ ଅବଶିଷ୍ଟ ସେନା ରହିଛନ୍ତି ସେମାନଙ୍କ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟସୀମା ସରିଯାଇଥିବାରୁ ଜେଲେନ୍‌ସ୍କି ଚିନ୍ତା ପ୍ରକଟ କରିଛନ୍ତି। ତିନି ଦିନ ତଳେ ଏଠାରେ ୟୁକ୍ରେନ୍‌ର ୧ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe