Image Courtesy of Deadline
ମସ୍କୋ: ୟୁକ୍ରେନର ମାରିୟୁପୋଲ୍ ସହର ଏବେ ରୁଷ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଦେଶର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବନ୍ଦର ସହରକୁ ହରାଇବା ୟୁକ୍ରେନ୍ ପାଇଁ ବଡ଼ ଝଟ୍କା ହୋଇଛି। ମାରିୟୁପୋଲ୍ର ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ସମେତ ସମଗ୍ର ସହର ଏବେ ରୁଷ୍ ଦଖଲରେ ରହିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଆଜି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି। ମାରିୟୁପୋଲ୍ର ଜନତା ମଧ୍ୟ ଏବେ ରୁଷ୍ ପ୍ରଶାସନକୁ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷେ ସୋମାବାରଠାରୁ ଏଯାବତ ମୋଟ୍ ୨,୪୩୯ ୟୁକ୍ରେନ୍ ସୈନିକ ରୁଷ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୁଷ୍ ୟୁକ୍ରେନର ଜିଟୋମିର ଅଞ୍ଚଳକୁ ନାଟୋ ରାଷ୍ଟ୍ରମାନଙ୍କ ପକ୍ଷରୁ ଆସୁଥିବା ବିପୁଳ ଅସ୍ତ୍ରକୁ ଧ୍ବଂସ କରିଦେଇଛି। କାଲିବର୍ କ୍ରୁଜ୍ ମିସାଇଲ୍ ଦ୍ବାରା ରୁଷ୍ ପଶ୍ଚିମ ରାଷ୍ଟ୍ର ଦ୍ବାରା ୟୁକ୍ରେନ୍କୁ ପ୍ରଦତ୍ତ ଅସ୍ତ୍ର ସହାୟତାକୁ ଧ୍ବଂସ କରିଦେଇଛି ବୋଲି ରୁଷ୍ ସୈନିକ ଦାବି କରିଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, କେବଳ କୂଟନୈତିକ ମାଧ୍ୟମରେ ହିଁ ଯୁଦ୍ଧ ଶେଷ ହୋଇପାରିବ। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଥିବା ବେଳେ ଜେଲେନ୍ସ୍କି ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଜେଲେନ୍ସ୍କି କହିଛନ୍ତି, ଆମେ ସବୁକିଛି ଫେରି ପାଇବାକୁ ଚାହୁ, କିନ୍ତୁ ରୁଷ୍ ଏହା କରାଇ ଦେବ ନାହିଁ।
Follow Us